Posted inଫୁରସତ

ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ। ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି। ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର ମାତ୍ରା ଦିନକୁଦିନ ବଢ଼ି ଚାଲିଛି। ଦେଖନ୍ତୁ ଘଟଣାଟିଏ। ଜଣେ ଯୁବକ ଆଇପଡ଼ଟି କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେବାକୁ ପଛେଇ ନାହାନ୍ତି। ଘଟଣାଟି ଦକ୍ଷିଣ ଚାଇନାର ଚେନ୍‌ଝୁ ସିଟିରେ ଘଟିଛି। ଏଭଳି ଘଟଣା ଘଟେଇଥିବା ଯୁବକଙ୍କ ନଁା ଓ୍ବାଙ୍ଗ୍‌ ସାଙ୍ଗ୍‌କୁନ୍‌। ତାଙ୍କର ଆଇପଡ୍‌ ଭାରି ପ୍ରିୟ। ସେ ଆଇପଡ୍‌ କଥା ଶୁଣିଲେ ଭୋକଶୋଷ ଭୁଲିଯିବେ। ମାତ୍ର ପାରିବାରିକ ପରିସ୍ଥିତି ତାଙ୍କୁ କୌଣସି ସପୋର୍ଟ କରିପାରୁ ନ ଥିଲା। ଓ୍ବାଙ୍ଗ୍‌ ଯେମିତି ବି ହେଉ ଆଇପଡ୍‌ କିଣିବାକୁ ଇଚ୍ଛା କରୁଥିଲେ। ଦିନେ ଏକ ବିଜ୍ଞାପନ ତାଙ୍କ ନଜରକୁ ଆସିଲା; ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ଖରିଦ କରାଯାଏ ବୋଲି ଉଲ୍ଲେଖ ରହିଥିଲା। ବିଜ୍ଞାପନଟି ଦେଖିବା ପରେ ଓ୍ବାଙ୍ଗ୍‌ ଖୁସିରେ ନାଚି ଉଠିଲେ। ବିଜ୍ଞାପନ ଦେଇଥିବା ସମ୍ପୃକ୍ତ ସଂସ୍ଥା ନିକଟରେ ପହଞ୍ଚତ୍ଲେ। ଆଉ ନିଜର କିଡ୍‌ନୀଟିକୁ ବିକ୍ରି କରିଦେଲେ। ଅବଶ୍ୟ ଏହି ଘଟଣା ଜଣା ପଡ଼ିବା ପରେ ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri