ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ, ସଲ୍ୟୁଶନ ଉପରେ ଡାଇକିନ ଇଣ୍ଡିଆର ଫୋକସ୍‌

ଭୁବନେଶ୍ୱର,୧୧-୬(ବ୍ୟୁରୋ): କେବଳ ଭଲ ପ୍ରଡକ୍ଟ ଲୋକଙ୍କୁ ଯୋଗାଣ ଦିଗରେ କାର୍ଯ୍ୟ କରୁ ନାହଁୁ ଏହାବାଦ ନୂଆ ଟେକ୍ନୋଲୋଜି ସହ ସଲ୍ୟୁଶନକୁ ପ୍ରାଥମିକତା ଦେଉଛୁ। ସେହିଭଳି ପ୍ରଡକ୍ଟଗୁଡିକୁ ସୁଲଭ କରାଇବା ଲାଗି ଘରୋଇ ବଜାରରେ ମାନୁଫାକଚରିଂ ସମ୍ପ୍ରସାରଣକୁ ଗୁରୁତ୍ୱ ଦିଆଯାଇଛି। ଓଡିଶା ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏଠାରେ ବ୍ୟବସାୟ ଧାରାରେ ବୃଦ୍ଧି ଆଶା ରହିଛି। ଏହାକୁ ଧ୍ୟାନରେ ରଖି ଓଡ଼ିଶା ବଜାର ଲାଗି ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପ୍ରମୁଖ ଏୟାର କଣ୍ଡିସନିଂ କମ୍ପାନୀ ଡାଇକିନ ଇଣ୍ଡିଆର ଅପରେସନ୍ସ ନିର୍ଦ୍ଦେଶକ କୁଲଦୀପକ ଭୀରମାନି ସୋମବାର ସୂଚନା ଦେଇଛନ୍ତି। ସ୍ଥାନୀୟ ନୂଆପଲୀଠାରେ କମ୍ପାନୀର ନୂଆ ଶାଖା କାର୍ଯ୍ୟାଳୟ ସେ ଉଦ୍‌ଘାଟନ କରିଛନ୍ତି। ଏଠାରେ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଓଡିଶାରେ କମ୍ପାନୀ ବର୍ତ୍ତମାନ ବାର୍ଷିକ ୧.୨୫ ଲକ୍ଷ ୟୁନିଟ ଏୟାର କଣ୍ଡିସନର ବିକ୍ରି କରୁଛି। ଏହାକୁ ଆଗାମୀ ୫ ବର୍ଷରେ ଅଢେଇ ଲକ୍ଷ ୟୁନିଟକୁ ବଢାଯିବାକୁ ଲକ୍ଷ୍ୟ ରହିଛି। ଚଳିତ ଆର୍ଥତ୍କ ବର୍ଷ ରାଜ୍ୟରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୧୫% ରହିବା ନେଇ ଭୀରମାନି ଆଶା ରଖିଛନ୍ତି।
ସେ କହିଛନ୍ତି ଯେ, ଓଡ଼ିଶାରେ କମ୍ପାନୀ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏଠାରେ ଏୟାର କଣ୍ଡିସନି ଟେକ୍ନୋଲୋଜି ଉପରେ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଭୁବନେଶ୍ୱରରେ ସ୍ଥାପନ କରାଯିବ। ଏଥିଲାଗି ସ୍ଥାନ ଚୟନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। କମ୍ପାନୀ କୋରାପୁଟ ଏବଂ ମାଲକାନଗିରି ବାଦ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେଉଛି। ରାଜ୍ୟରେ ବର୍ତ୍ତମାନ ୮୫ ଡିଲରଙ୍କ ସହ ମିଳିତ ହୋଇ ସେବା ପ୍ରଦାନ କରୁଛି। ଓଡ଼ିଶାରେ ୪୦-୪୫ କୋଟି ଟଙ୍କା ବ୍ୟବସାୟ ରହିଥିବା ସେ ପ୍ରକାଶ କରିଛନ୍ତି।
କମ୍ପାନୀର ନୂଆ ପ୍ରଡକ୍ଟ ତଥା ଟେକ୍ନୋଲୋଜି ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କମ୍ପାନୀ ଅଲଟ୍ରା ଆଡଭାନ୍ସ ଫିଚରଯୁକ୍ତ ଶକ୍ତି ସଞ୍ଚୟକାରୀ ଏସି ବଜାରକୁ ଆଣିଛି। ଟେକ୍ନୋଲୋଜି ସହ ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଯୋଗାଣ ଦିଗରେ ଧ୍ୟାନ ରହିଛି। କମ୍ପାନୀର ନୂଆ ପ୍ରଡକ୍ଟଗୁଡିକ ମଧ୍ୟରେ ଓ୍ବାଇଫାଇ ସୁବିଧା ଥିବା ଏସି, ଆଡଭାନ୍ସ ଆଣ୍ଟି କରୋଜନ ମଡେଲ ସାମିଲ ଅଛି। ସେହିଭଳି ଷ୍ଟ୍ରିମର ଡିସ୍‌ଚାର୍ଜ ଟେକ୍ନୋଲୋଜି, କ୍ୱିଟ ଆଣ୍ଡ ସ୍ବିଫ୍ଟ ପରଫରମାନ୍ସ, କୋଆଣ୍ଡା ଏୟାରଫ୍ଲୋ ଟେକ୍ନୋଲୋଜି, ପାଓ୍ବାରଚିଲ ଅପରେଶନ ମୋଡ ଏବଂ ଇଣ୍ଟେଲିଜେଣ୍ଟ ଆଇ ଭଳି ପ୍ରମୁଖ ଫିଚରଗୁଡିକୁ ପ୍ରଡକ୍ଟରେ ସାମିଲ କରିଥିବା ଭୀରମାନି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ଫାଇନାନ୍ସ ବିଭାଗ ବରିଷ୍ଠ ଉପସଭାପତି ଲିଙ୍ଗରାଜ ପଟ୍ଟନାୟକ, ଓଡ଼ିଶା ଶାଖା ମୁଖ୍ୟ ଅନିର୍ବାଣ ହାତି ଏବଂ ଆଞ୍ଚଳିକ ବ୍ରାଞ୍ଚ ମୁଖ୍ୟ କୌଶଳ ବାସୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri