ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର ସଂକ୍ରାନ୍ତିରେ ପର୍ବ ଉଦ୍‌ଯାପିତ ହେବ। ଉକ୍ତ ସମ୍ପ୍ରଦାୟର ଲୋକେ, ବିଶେଷ କରି ମହିଳା ଓ ଯୁବତୀମାନେ ଗାଁରେ ଟୁସୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ମକର ସଂକ୍ରାନ୍ତି ପୂର୍ବରୁ ୧୫ ଦିନ ଧରି ପର୍ବ ପାଳିତ ହୋଇଥାଏ। ପ୍ରତ୍ୟେହ ପୂଜାର୍ଚ୍ଚନା ପରେ ନୃତ୍ୟଗୀତରେ ଗାଁ ପରିବେଶ କମ୍ପି ଉଠିଥାଏ। ଟୁସୁ ପର୍ବ ପାଳନ ଯୋଗୁ ବର୍ତ୍ତମାନ କେନ୍ଦୁଝର ସଦର ବ୍ଲକ ଠାରୁ ୧୫ କି.ମି. ଦୂର ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗାଁରେ ଏକ ମନୋଜ୍ଞ ସାଂସ୍କୃତିକ ପରିବେଶ ଦେଖିବାକୁ ମିଳିଛି। ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ପାଳନର ବୁଧବାର ଥିଲା ଅଷ୍ଟମ ଦିନ। ଗାଁର ମହିଳା ଓ ଯୁବତୀମାନେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଟୁସୁଙ୍କ ମୂର୍ତ୍ତିକୁ ସୁସଜ୍ଜିତ ମେଢ/ପାଲିଙ୍କିରେ ବସାଇ ଟୁସୁ ଗୀତଗାଇ ଘର ଘର ବୁଲାଇଥିଲେ। ଶୋଭାଯାତ୍ରାବେଳେ ମାଦଳର ତାଳେ ତାଳେ ସମସ୍ତେ ନୃତ୍ୟଗୀତ ପରିବେଷଣ କରିଥିଲେ। ଗ୍ରାମର ମହିଳାମାନେ ଘର ଆଗରେ ଦେବୀଙ୍କୁ ପୂଜା କରି ବନ୍ଦାପନା କରିଥିଲେ।
ମୁରୁସୁଆଁ ଗାଁର ମହିଳାମାନେ ସେମାନଙ୍କ ଘରକୁ ଏହି ପର୍ବ ଲାଗି ଲିପା ପୋଛା କରି ସୁସଜ୍ଜିତ କରିଛନ୍ତି। ପିଠାପଣାରେ ମହକୁଛି ସବୁ ଘର। ସମସ୍ତେ ନୂଆଲୁଗା ପିନ୍ଧି ଏହି ପର୍ବ ପାଳନରେ ମସ୍‌ଗୁଲ ରହିଛନ୍ତି। ମକର ପର୍ବର ଶେଷ ଦିନରେ ସେମାନେ ପାରମ୍ପାରିକ ନୃତ୍ୟଗୀତ କରି ଟୁସୁ ଦେବୀଙ୍କୁ ଶୋଭାଯାତ୍ରାରେ ନେଇ ପାଖ ନଦୀନାଳ ଆଦି ଜଳାଶୟରେ ବିସର୍ଜନ କରିଥାନ୍ତି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ସେମାନେ ପରମ୍ପରା ଅନୁୟାୟୀ ଏହି ପର୍ବ ପୁରୁଷାନୁକ୍ରମେ ପାଳନ କରିଆସୁଛନ୍ତି। ଏହି ପର୍ବ ଭାଇଚାରା ଏବଂ ସଂହତିର ପ୍ରତୀକ ସାଜିଛି। ସେମାନେ ଟୁସୁ ଦେବୀଙ୍କୁ ଗ୍ରାମର ମୁଖିଆଙ୍କ ଘରେ ରଖି ସାମୂହିକ ଭାବେ ପୂଜାର୍ଚ୍ଚନା କରୁଛନ୍ତି। ଶୋଭାଯାତ୍ରାବେଳେ ମହିଳାମାନେ ପ୍ରତି ଘରୁ ସହାୟତା ସଂଗ୍ରହ କରିଥାନ୍ତି। ୧୫ ଦିନ ଧରି ଏହି ଉତ୍ସବ ପାଳନ ଗାଁରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ। ଲୋକ କଥା ଅଛି ଯେ, ସେ ସମୟରେ ମୋଗଲ ରାଜୁତି ସମୟର ପରାକ୍ରମୀ ରାଜା ସମ୍ରାଟ ଆଲ୍ଲାଦିନ ଖିଲିଜି ରାଣୀ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟରେ ମନମୁଗ୍ଧ ହୋଇ ବିବାହ କରିବାକୁ ମନ ବଳାଇଥିଲେ। ତେବେ ବିବାହ ବିଫଳ ହେବାରୁ ତାଙ୍କ ପାଇଁ ପଦ୍ମାବତୀ ଙ୍କ ଠାରୁ ଅତୀବ ସୁନ୍ଦରୀ ଯୁବତୀ ଖୋଜିବାକୁ ଆଦେଶ କରିଥିଲେ ା ରାଜାଙ୍କ ପାତ୍ରମନ୍ତ୍ରୀ ମାନେ ରାଜାଙ୍କ ପାଇଁ ରାଣୀ ଖୋଜିବାକୁ ବାହାରିଥିଲେ। ସେମାନେ କୃମି କ୍ଷେତ୍ରୀୟ ନାମକ ଜଣେ ରାଜାଙ୍କ ଅତୀବ ସୁନ୍ଦରୀ ଝିଅ ଟୁସୁମଣୀଙ୍କୁ ଦେଖି ବିବାହ କରିବାକୁ ମନ ବଳାଇଥିଲେ। ଏନେଇ ରାଜ ଏକ ତରଫା ପ୍ରେମ କରି ଯୁଦ୍ଧର ଆହ୍ବାନ ଦେଇଥିଲେ। ଯୁଦ୍ଧ କରିବା ପାଇଁ ଟୁସୁମଣି ଆଗେଇ ଆସିଥିଲେ। ମୋଗଲ ରାଜା ପରାସ୍ତ ହୋଇଥିଲେ। କିନ୍ତୁ ତାଙ୍କର ଟୁସୁମଣୀଙ୍କୁ ପାଇବା ଆଶା ରଖିଥିଲେ। ଏଣୁ ବଞ୍ଚି ରହିଲେ ଦିନେନା ଦିନେ ପୁଣି ଯବାନଙ୍କ ହାତରେ ଧରା ପଡିବି ଏହି ଆଶା ରଖି ନଦୀ ଗର୍ଭକୁ ଝାସ ଦେଇ ପ୍ରାଣବଳୀ ଦେଇଥିଲେ ବୋଲି ମୁରୁସୁଆଁ ଗ୍ରାମର ସୁରଥ ମହାନ୍ତ, ପାଲାକାର କହିଛନ୍ତି। ସେହିଦିନ ମକର ସଂକ୍ରାନ୍ତି ଥିବାରୁ ପ୍ରତ୍ୟେକ ବର୍ଷ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଏକ ଶୋଭାଯାତ୍ରାରେ ଗ୍ରାମ ଓ ସହର ପରିକ୍ରମା କରି ଆଖପାଖ ଜଳାଶୟରେ ମକର ସଂକ୍ରାନ୍ତିରେ ବିସର୍ଜନ କରିଥାନ୍ତି। ଏହା ହେଉଛି ତ୍ୟାଗ ଓ ବଳିଦାନର ପର୍ବ ା ନିଜର ସତୀତ୍ୱକୁ ରକ୍ଷା କରିବା ସହ ସଂପ୍ରଦାୟର ସମ୍ମାନ ରକ୍ଷା ପାଇଁ ବଳିଦାନ ଦେଇଥିବା ଟୁସୁମଣୀ ତାଙ୍କ ସଂପ୍ରଦାୟ ପାଇଁ ଦେବୀ ପାଲଟିଛନ୍ତି ବୋଲି ବରିଷ୍ଠ କୁଡୁମି ସଂପ୍ରଦାୟର ହରେକୃଷ୍ଣ ମହାନ୍ତ କହିଛନ୍ତି। ତେବେ ଏହାକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଭଲ ଭାବେ ପାଳିତ ହୋଇ ପାରନ୍ତା ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ଏହି ପରମ୍ପରା ବହୁ ଆଗରୁ ଚାଲିଆସୁଛି ା ଏହା ସେମାନଙ୍କ ମଧ୍ୟରେ ଏକତା ରକ୍ଷା ସହ ନିଜ ସଂପ୍ରଦାୟର ସମ୍ମାନ ରକ୍ଷା କରିବାର ଏକ ନିଆରା ଦିଗଦର୍ଶନ ଦେଇଥାଏ ା ଏଣୁ ଏହାର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସଂସ୍କୃତି ଗବେଷକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri