ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର ସଂକ୍ରାନ୍ତିରେ ପର୍ବ ଉଦ୍‌ଯାପିତ ହେବ। ଉକ୍ତ ସମ୍ପ୍ରଦାୟର ଲୋକେ, ବିଶେଷ କରି ମହିଳା ଓ ଯୁବତୀମାନେ ଗାଁରେ ଟୁସୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ମକର ସଂକ୍ରାନ୍ତି ପୂର୍ବରୁ ୧୫ ଦିନ ଧରି ପର୍ବ ପାଳିତ ହୋଇଥାଏ। ପ୍ରତ୍ୟେହ ପୂଜାର୍ଚ୍ଚନା ପରେ ନୃତ୍ୟଗୀତରେ ଗାଁ ପରିବେଶ କମ୍ପି ଉଠିଥାଏ। ଟୁସୁ ପର୍ବ ପାଳନ ଯୋଗୁ ବର୍ତ୍ତମାନ କେନ୍ଦୁଝର ସଦର ବ୍ଲକ ଠାରୁ ୧୫ କି.ମି. ଦୂର ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗାଁରେ ଏକ ମନୋଜ୍ଞ ସାଂସ୍କୃତିକ ପରିବେଶ ଦେଖିବାକୁ ମିଳିଛି। ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ପାଳନର ବୁଧବାର ଥିଲା ଅଷ୍ଟମ ଦିନ। ଗାଁର ମହିଳା ଓ ଯୁବତୀମାନେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଟୁସୁଙ୍କ ମୂର୍ତ୍ତିକୁ ସୁସଜ୍ଜିତ ମେଢ/ପାଲିଙ୍କିରେ ବସାଇ ଟୁସୁ ଗୀତଗାଇ ଘର ଘର ବୁଲାଇଥିଲେ। ଶୋଭାଯାତ୍ରାବେଳେ ମାଦଳର ତାଳେ ତାଳେ ସମସ୍ତେ ନୃତ୍ୟଗୀତ ପରିବେଷଣ କରିଥିଲେ। ଗ୍ରାମର ମହିଳାମାନେ ଘର ଆଗରେ ଦେବୀଙ୍କୁ ପୂଜା କରି ବନ୍ଦାପନା କରିଥିଲେ।
ମୁରୁସୁଆଁ ଗାଁର ମହିଳାମାନେ ସେମାନଙ୍କ ଘରକୁ ଏହି ପର୍ବ ଲାଗି ଲିପା ପୋଛା କରି ସୁସଜ୍ଜିତ କରିଛନ୍ତି। ପିଠାପଣାରେ ମହକୁଛି ସବୁ ଘର। ସମସ୍ତେ ନୂଆଲୁଗା ପିନ୍ଧି ଏହି ପର୍ବ ପାଳନରେ ମସ୍‌ଗୁଲ ରହିଛନ୍ତି। ମକର ପର୍ବର ଶେଷ ଦିନରେ ସେମାନେ ପାରମ୍ପାରିକ ନୃତ୍ୟଗୀତ କରି ଟୁସୁ ଦେବୀଙ୍କୁ ଶୋଭାଯାତ୍ରାରେ ନେଇ ପାଖ ନଦୀନାଳ ଆଦି ଜଳାଶୟରେ ବିସର୍ଜନ କରିଥାନ୍ତି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ସେମାନେ ପରମ୍ପରା ଅନୁୟାୟୀ ଏହି ପର୍ବ ପୁରୁଷାନୁକ୍ରମେ ପାଳନ କରିଆସୁଛନ୍ତି। ଏହି ପର୍ବ ଭାଇଚାରା ଏବଂ ସଂହତିର ପ୍ରତୀକ ସାଜିଛି। ସେମାନେ ଟୁସୁ ଦେବୀଙ୍କୁ ଗ୍ରାମର ମୁଖିଆଙ୍କ ଘରେ ରଖି ସାମୂହିକ ଭାବେ ପୂଜାର୍ଚ୍ଚନା କରୁଛନ୍ତି। ଶୋଭାଯାତ୍ରାବେଳେ ମହିଳାମାନେ ପ୍ରତି ଘରୁ ସହାୟତା ସଂଗ୍ରହ କରିଥାନ୍ତି। ୧୫ ଦିନ ଧରି ଏହି ଉତ୍ସବ ପାଳନ ଗାଁରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ। ଲୋକ କଥା ଅଛି ଯେ, ସେ ସମୟରେ ମୋଗଲ ରାଜୁତି ସମୟର ପରାକ୍ରମୀ ରାଜା ସମ୍ରାଟ ଆଲ୍ଲାଦିନ ଖିଲିଜି ରାଣୀ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟରେ ମନମୁଗ୍ଧ ହୋଇ ବିବାହ କରିବାକୁ ମନ ବଳାଇଥିଲେ। ତେବେ ବିବାହ ବିଫଳ ହେବାରୁ ତାଙ୍କ ପାଇଁ ପଦ୍ମାବତୀ ଙ୍କ ଠାରୁ ଅତୀବ ସୁନ୍ଦରୀ ଯୁବତୀ ଖୋଜିବାକୁ ଆଦେଶ କରିଥିଲେ ା ରାଜାଙ୍କ ପାତ୍ରମନ୍ତ୍ରୀ ମାନେ ରାଜାଙ୍କ ପାଇଁ ରାଣୀ ଖୋଜିବାକୁ ବାହାରିଥିଲେ। ସେମାନେ କୃମି କ୍ଷେତ୍ରୀୟ ନାମକ ଜଣେ ରାଜାଙ୍କ ଅତୀବ ସୁନ୍ଦରୀ ଝିଅ ଟୁସୁମଣୀଙ୍କୁ ଦେଖି ବିବାହ କରିବାକୁ ମନ ବଳାଇଥିଲେ। ଏନେଇ ରାଜ ଏକ ତରଫା ପ୍ରେମ କରି ଯୁଦ୍ଧର ଆହ୍ବାନ ଦେଇଥିଲେ। ଯୁଦ୍ଧ କରିବା ପାଇଁ ଟୁସୁମଣି ଆଗେଇ ଆସିଥିଲେ। ମୋଗଲ ରାଜା ପରାସ୍ତ ହୋଇଥିଲେ। କିନ୍ତୁ ତାଙ୍କର ଟୁସୁମଣୀଙ୍କୁ ପାଇବା ଆଶା ରଖିଥିଲେ। ଏଣୁ ବଞ୍ଚି ରହିଲେ ଦିନେନା ଦିନେ ପୁଣି ଯବାନଙ୍କ ହାତରେ ଧରା ପଡିବି ଏହି ଆଶା ରଖି ନଦୀ ଗର୍ଭକୁ ଝାସ ଦେଇ ପ୍ରାଣବଳୀ ଦେଇଥିଲେ ବୋଲି ମୁରୁସୁଆଁ ଗ୍ରାମର ସୁରଥ ମହାନ୍ତ, ପାଲାକାର କହିଛନ୍ତି। ସେହିଦିନ ମକର ସଂକ୍ରାନ୍ତି ଥିବାରୁ ପ୍ରତ୍ୟେକ ବର୍ଷ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଏକ ଶୋଭାଯାତ୍ରାରେ ଗ୍ରାମ ଓ ସହର ପରିକ୍ରମା କରି ଆଖପାଖ ଜଳାଶୟରେ ମକର ସଂକ୍ରାନ୍ତିରେ ବିସର୍ଜନ କରିଥାନ୍ତି। ଏହା ହେଉଛି ତ୍ୟାଗ ଓ ବଳିଦାନର ପର୍ବ ା ନିଜର ସତୀତ୍ୱକୁ ରକ୍ଷା କରିବା ସହ ସଂପ୍ରଦାୟର ସମ୍ମାନ ରକ୍ଷା ପାଇଁ ବଳିଦାନ ଦେଇଥିବା ଟୁସୁମଣୀ ତାଙ୍କ ସଂପ୍ରଦାୟ ପାଇଁ ଦେବୀ ପାଲଟିଛନ୍ତି ବୋଲି ବରିଷ୍ଠ କୁଡୁମି ସଂପ୍ରଦାୟର ହରେକୃଷ୍ଣ ମହାନ୍ତ କହିଛନ୍ତି। ତେବେ ଏହାକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଭଲ ଭାବେ ପାଳିତ ହୋଇ ପାରନ୍ତା ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ଏହି ପରମ୍ପରା ବହୁ ଆଗରୁ ଚାଲିଆସୁଛି ା ଏହା ସେମାନଙ୍କ ମଧ୍ୟରେ ଏକତା ରକ୍ଷା ସହ ନିଜ ସଂପ୍ରଦାୟର ସମ୍ମାନ ରକ୍ଷା କରିବାର ଏକ ନିଆରା ଦିଗଦର୍ଶନ ଦେଇଥାଏ ା ଏଣୁ ଏହାର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସଂସ୍କୃତି ଗବେଷକ ଡକ୍ଟର କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri