ଟୁଁଡ୍‌କେ ସୁଆଦ ବମ୍ବେଇ ଲଡୁ

 

ଗଣ୍ଡତୁରୁମ, ୨୪।୧୨ (ଡି.ଏନ୍‌.ଏ.)-
ଉତ୍ତର ପ୍ରଦେଶ କାନପୁର ଜିଲା ରସୁଲ୍ଲାବାଦ ଗଁାର ସୁରଜ ଗୁପ୍ତା(୨୩)। ସେ ଆଜ୍‌କେ ୨ ବଛର ହେଲା ବରଗଡ଼ ଜିଲାକେ କମେଇ ଖାଏବାର ଲାଗି ଆସିଛନ୍‌। ସୁରଜ ନିଜେ ବମ୍ବେଇ ଲଡୁ ତିଆର କରବାର ସଂଗେ ଗଁା ଗଁା ବୁଲି ବିକି ଦୁଇପଏସା ରୁଜ୍‌ଗାର କରୁଛନ୍‌।
ସୂଚନା ଅନ୍‌ସାରେ ବାପ୍‌ ସିପାହୀ ଲାଲ ଆର ମା’ ସୁରଜମୁଖୀକଁର ଗୁଟେବଲି ପୁଓ ହେଉଛନ୍‌ ସୁରଜ ଗୁପ୍ତା। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗଁାରେ କାମ୍‌ଧଁଦା ଅଭାବୁ ସେ ଇ ବେପାରକେ ଆଦ୍‌ରି ନେଇଛନ୍‌। ସୁରଜ ଦିନେ ପୁରୀ ମନ୍ଦିର ଦରଶନ ଲାଗି ଟ୍ରେନରେ ଆସୁଥିଲାବେଲେ ବମ୍ବେଇ ଲଡୁର ଚାହିଦା ଦେଖିଥିଲେ। ଇତାର ପରେ ସେ ଘରକେ ଫିରି ଉନିଆମାନକରନୁ ବମ୍ବେଇ ଲଡୁ ତିଆରି ଶିଖିଥିଲେ। ପଛେ ନିଜେ ଧାରଉଧାର କରି ୧୫ ହଜାର ଟଁକାରେ ବମ୍ବେଇ ଲଡୁ ତିଆର କରବାର ଗୁଟେ ମେଶିନ ଘିନି ବେପାର ଆରମ୍‌ କରିଥିଲେ। ସୁରଜ ବରଗଡ଼ରେ ଗୁଟେ ଘର ଭଡ଼ା ନେଇ ରହୁଛନ୍‌। ସେଠାନେ ବମ୍ବେଇ ଲଡୁ ତିଆର କରୁଛନ୍‌। ସେ ଫିବଛର ରାକ୍ଷୀ ପୂନିକେ ବରଗଡ଼ ଆସି ଜୁନ ମାସେ ଗଁାକେ ଫିରୁଛନ୍‌। ଲାଲ୍‌ ଟହଟହ ରୁଆମୁଡ଼ା ଲେଖେଁ ଦିଶୁଥିବାର ବମ୍ବେଇ ଲଡୁଟା ଛୁଆଠାନୁ ବୁଢ଼ା ତକ୍‌ ସମକିରି ପସନ୍‌। ଦେଖ୍‌ଲେ ଲାଲ୍‌ ଥିପିପଡ଼ବା। ହେଲେ ବମ୍ବେଇ ଲଡୁ ଯେତେ ଖାଏଲେ ପେଟ୍‌ ନାଇଁପୂରେ। ବମ୍ବେଇ ଲଡୁ ତିଆରି ଲାଗି ଦରକାର ପଡ଼ୁଥିବାର ଚିନି, ମଇଦା, ରଂଗ, ଲେମଉ ଆର ପ୍ୟାକିଂ ଲାଗି ପଲିଥିନ୍‌ ଖରଚ୍‌ ଯାଇ ଦିନ୍‌କ ୩ଶହ ଟଁକା ମିଲୁଥିବାର ସୁରଜ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri