Posted inଖେଳ

ଟି୨୦ ଫର୍ମାଟ୍‌ରେ ସକ୍ରିୟ ରହିବେ ମାଲିଙ୍ଗା

କଲମ୍ବୋ, ୨୪।୭(ଏ.ଏଫ୍‌.ପି.)- ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ତଥା ଉଇକେଟଟେକର ଲସିଥ୍‌ ମାଲିଙ୍ଗା ଏବେ ଅବସର ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳିବା ପରେ ମାଲିଙ୍ଗା ଦିନିକିଆ ଫର୍ମାଟରୁ ସବୁଦିନ ପାଇଁ ବିଦାୟ ନେବେ। ଶୁକ୍ରବାର ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳିବା ପରେ ସେ ଆନୁଷ୍ଠାନିକ ଭାବେ ଅବସର ନେବେ। ତେବେ ମାଲିଙ୍ଗା ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଖେଳ ଜାରି ରଖିବେ ବୋଲି ଆଶା କରାଯାଉଛି। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ ଟି୨୦ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଖେଳାଯିବ। ମାଲିଙ୍ଗା ଏହି ବିଶ୍ୱକପ୍‌ ପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଖେଳ ଜାରି ରଖିବେ ବୋଲି ଆଶା କରାଯାଉଛି।
ଶ୍ରୀଲଙ୍କାର ପ୍ରମୁଖ ଉଇକେଟ ହାସଲକାରୀ ବୋଲର ତଥା ଡେଥ୍‌ ଓଭର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଥିବା ମାଲିଙ୍ଗାଙ୍କ ଦିନିକିଆ ରେକର୍ଡ ବେଶ୍‌ ଚମତ୍କାର ରହିଛି। ୩୫ ବର୍ଷୀୟ ମାଲିଙ୍ଗା ୨୨୫ଟି ଦିନିକିଆ ମ୍ୟାଚ୍‌ ଖେଳି ୩୩୫ ଉଇକେଟ ହାସଲ କରିଛନ୍ତି। ସେ ଶ୍ରୀଲଙ୍କାର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲିଧରନ ୫୨୩ଟି ଉଇକେଟ ଅକ୍ତିଆର କରି ଦିନିକିଆରେ ଶ୍ରୀଲଙ୍କାର ସଫଳତମ ବୋଲର ବିବେଚିତ ହୋଇଛନ୍ତି। ସେହିପରି ଚାମୁଣ୍ଡା ଭାସ୍‌ ୩୯୯ଟି ଉଇକେଟ ନେଇ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ଅନ୍ତର୍ଜାତୀୟ ତାଲିକାରେ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ୩୩୭ଟି ଉଇକେଟ ନେଇ ନବମ ସ୍ଥାନରେ ରହିଛନ୍ତି। ଆଉ ୩ଟି ଉଇକେଟ ହାସଲ କଲେ ମାଲିଙ୍ଗା କୁମ୍ବଲେଙ୍କୁ ପଛରେ ପକାଇ ନବମ ସ୍ଥାନ ଅଧିକାର କରିବେ। ମାଲିଙ୍ଗା ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ କ୍ୟାରିୟର ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିବେ। ଏହି ଭେନ୍ୟୁରେ ସେ ୫୦ ଉଇକେଟ ହାସଲ କରିବାର ସୁଯୋଗ ପାଇଛନ୍ତି। ନିଜ ଅସ୍ବାଭାବିକ ବୋଲିଂ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ ଥିବା ମାଲିଙ୍ଗା ଇଂଲଣ୍ଡରେ କ୍ୟାରିୟରର ଚତୁର୍ଥ ବିଶ୍ୱକପ୍‌ ଖେଳିଛନ୍ତି। ୭ଟି ମ୍ୟାଚ୍‌ ଖେଳି ସେ ୧୩ ଉଇକେଟ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୨୯ଟି ବିଶ୍ୱକପ୍‌ ମ୍ୟାଚ୍‌ ଖେଳି ୫୬ଟି ଉଇକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍‌ଗ୍ରାଥ ୭୧ ଓ ମୁରଲିଧରନ ୬୮ଟି ଉଇକେଟ ନେଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି।
ମାଲିଙ୍ଗାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ। ତାଙ୍କ ବିକଳ୍ପ ଖେଳାଳି ସୃଷ୍ଟି କରିବା ଦଳ ପାଇଁ ସବୁଠାରୁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଅଧିନାୟକ ଦୁମୁଥ କରୁଣାରତ୍ନେ କହିଛନ୍ତି। ଏହି ସିରିଜ ପରେ ମାଲିଙ୍ଗା ଆଉ ଦଳ ପାଇଁ ଖେଳିବେ ନାହିଁ। ତେଣୁ ଆମେ ଜଣେ ଉଇକେଟ ଟେକିଙ୍ଗ ବୋଲର ଆବଶ୍ୟକ କରିବୁ। ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି କରୁଣାରତ୍ନେ ସ୍ବୀକାର କରିଛନ୍ତି। ଆଗାମୀ ବିଶ୍ୱକପ୍‌ ପାଇଁ ଆମେ କେତେଜଣ ଯୁବ ଦ୍ରୁତ ବୋଲରଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ ପାଇଁ ପ୍ରଯତ୍ନ କରିବୁ ବୋଲି ସେ କହିଛନ୍ତି।
ଗତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଫଳରେ କୋଚ୍‌ ଚନ୍ଦିକା ହାତୁରସିଙ୍ଘା ଓ ତାଙ୍କ ସହାୟକ କୋଚ୍‌ ଏହି ସିରିଜ ପରେ ଦାୟିତ୍ୱରୁ ବିଦା ହେବେ। ସେହିପରି ବାଂଲାଦେଶ ବିଶ୍ୱକପ୍‌ରେ ଅଷ୍ଟମ ସ୍ଥାନରେ ରହି ଯାତ୍ରା ଶେଷ କରିଥିଲା। ଫଳରେ ଦଳର କୋଚ୍‌ ଷ୍ଟିଭ୍‌ ରୋଡ୍ସଙ୍କୁ ବିଦା ହେବାକୁ ପଡିଛି। ବାଂଲାଦେଶର ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ଓ ତାରକା ଖେଳାଳି ତଥା ଉପ- ଅଧିନାୟକ ସାକିବ ଅଲ ହାସନ ଏହି ସିରିଜ ଖେଳିବେ ନାହିଁ। ମୋର୍ତ୍ତାଜା ଆହତ ଥିବା ବେଳେ ସାକିବଙ୍କୁ ବିଶ୍ରାମ ଦିଆଯାଇଛି। ବିଶ୍ୱକପ୍‌ରେ ସାକିବ ୧୧ ଉଇକେଟ ନେବା ସହ ୬୦୬ ରନ ସଂଗ୍ରହ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଓପନର ତାମିମ ଇକ୍‌ବାଲ ଦଳରେ ନେତୃତ୍ୱ ନେବେ। ଯୁବ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri