ଟିଡି ଟିକା ନେଇ ୨ ଛାତ୍ରୀ ଅଚେତ

ବ୍ରହ୍ମପୁର ଅଫିସ,୮ା୯-ସରକାରୀ ଯୋଜନାରେ ମାଗଣାରେ ଯୋଗାଣ ହେଉଥିବା ଟିଟାନସ ଡିପ୍‌ଥେରିଆ (ଟିଡ଼ି) ଟିକା ନେଇ ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଦୁଇଜଣ ଛାତ୍ରୀ ଅଚେତ ହୋଇପଡ଼ିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ଼ା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଟିକା ନେବାକୁ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିଡି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଛାତ୍ରୀମାନେ ଅଚେତ ହୋଇପଡ଼ିଥିଲେ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥିବ ତାହା ସ୍ପଷ୍ଟ ହୋଇପାରୁ ନ ଥିବା ଅଭିଭାବକମାନେ କହିଛନ୍ତି । ସେପଟେ ସିଡିଏମ୍‌ଓ ଡ଼ା. ପାଣିଗ୍ରାହୀ କହିଛନ୍ତି, ଇଞ୍ଜେକ୍ସନ ଦେବା ବେଳେ କେତେକ ଛାତ୍ରୀଛାତ୍ର ଡ଼ରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀ ଇଞ୍ଜେକ୍ସନ ନେବା ପରେ ଅଚେତ ହୋଇପଡ଼ିଥିବା ଅନୁମାନ କରାଯାଉଛି। ସେ ଆହୁରି କହିଛନ୍ତି, ଏହି ସ୍କୁଲ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟରେ ଏଭଳି ଖବର ମିଳିନାହିଁ ।
ପୂର୍ବରୁ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଟିଡି ଟିକା ଦିଆଯାଉଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ୧୪ ରୁ ୧୬ ବର୍ଷ ବୟସ୍କ ଛାତ୍ରୀଛାତ୍ରଙ୍କୁ ଏହି ଟିକା ଦିଆଯାଉଛି । ସେ ଅନୁଯାୟୀ, ଗଞ୍ଜାମ ଜିଲାରେ ମଧ୍ୟ ଶନିବାର ମାଗଣାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦିଆଯାଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପୃଥକ୍‌ ଭାବେ ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଏହି ଟିକା ଦେଇଥିଲେ। ସ୍ଥାନୀୟ ଶିବାନନ୍ଦ ନଗରସ୍ଥିତ ମା’ ସରସ୍ବତୀ ବିଦ୍ୟା ମନ୍ଦିରକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଶନିବାର ଯାଇଥିଲେ। ସେଠାରେ ଅଧ୍ୟୟନ କରୁଥିବା ୧୦ମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ୨ଜଣ ଛାତ୍ରୀ ସ୍ନେହା ମହାନ୍ତି ଓ ସ୍ରଷ୍ଟା ସତରୂପା ପାଢ଼ୀ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହା ଦେଖି ଅନ୍ୟ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇ ପଡ଼ିଥିଲେ । ଗୁରୁମା ଗୁରୁଜୀମାନେ ତୁରନ୍ତ ଅଚେତ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନଗର ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ସେମାନଙ୍କୁ ଏମ୍‌କେସିିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଉଭୟ ଛାତ୍ରୀଛାତ୍ରଙ୍କୁ କାଜୁଆଲଟିରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିଛି ସମୟ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା । ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚତ୍ ଉଭୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଛାତ୍ରୀଦ୍ୱୟଙ୍କ ଅବସ୍ଥାରେ ସୁଧାର ଆସିଥିବା ସିଡିଏମ୍‌ଓ ପାଣିଗ୍ରାହୀ କହିଛନ୍ତି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ (ଡିଇଓ) ଡ଼. ସନାତନ ପଣ୍ଡା ଖବର ପାଇ ଏମ୍‌କେସିଜି ମେଡିକାଲରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ସେମାନେ ସୁସ୍ଥ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri