ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବତୀ

ପୁରୀ ଅଫିସ,୩୦।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟକୁ ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିବା ଯୁବତୀ ଶେଷରେ ଭୁଲ ମାଗିଛନ୍ତି। ସେ ଭୁଲ କରିଥିବା ନିଜ ଟିକ୍‌ଟକ୍‌ ସାଇଟ୍‌ରେ ଦର୍ଶାଇ କ୍ଷମା ପ୍ରାର୍ଥନା କରି ଏକ ଅଡିଓ ଅପଲୋଡ୍‌ କରିଛନ୍ତି।
ଶ୍ରୀମନ୍ଦିର ଭିତର ଭିଡିଓକୁ ଶ୍ରୀଜଗନ୍ନାଥଙ୍କ ଭଜନ  ସଂଗୀତ ସହ ମିଶାଇ ଟିକ୍‌ଟକ୍‌ ମାଧ୍ୟମରେ ଭିଡିଓ ଭାଇରଲ କରାଯାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ସମ୍ପୃକ୍ତ ଯୁବତୀ ଭୁଲ କରିଥିବା ସ୍ବୀକାର କରିବା ସହ ଏପରି ଭୁଲ ଆଉ କରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ଟିକ୍‌ଟକ୍‌ ସାଇଟ୍‌ରୁ ସେ ମନ୍ଦିରର ସମସ୍ତ ଭିଡିଓ ସମେତ ନିଜ ଫଟୋ ଓ ଭିଡିଓକୁ ଡିଲିଟ୍‌ କରିଛନ୍ତି। ଅଧିକ ଲାଇକ୍‌ ପାଇବା ଉଦ୍ଦେଶ୍ୟରେ ସେ ଏପରି ଭିଡିଓ ଅପଲୋଡ୍‌ କରିଥିବା କହିଛନ୍ତି।