ଟିକାକରଣ ସମୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଖଇରା, ୧୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସମସ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଗ୍ରାମରେ ଟିକାକାରଣ ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚାପ ପ୍ରୟୋଗ କରୁଛନ୍ତି ା ଏଥିରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ବାଧ୍ୟବାଧ୍ୟକତା ନ କରିବାକୁ ଖଇରା ବ୍ଲକର ୧୧ଟି ପ୍ରାଣୀ ସହାୟକ କେନ୍ଦ୍ରର ନିରୀକ୍ଷକମାନେ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ, ଜିଲାପାଳ, ଜିଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ୧୦ତାରିଖରେ ଲିଖିତ ଭାବେ ଜଣାଇଛନ୍ତି ା ଯଦି ସେମାନଙ୍କ ଅନୁରୋଧକୁ ଦୃଷ୍ଟି ଦିଆ ନ ଯାଇ ପୁଣି ଅଧିକାରୀମାନେ ଚିଠି କରି ଧମକ ଦିଅନ୍ତି ତେବେ ସେମାନଙ୍କର କିଛି ବି କ୍ଷତି ପାଇଁ ସରକାର ଦାୟୀ ରହିବେ ବୋଲି ନିରୀକ୍ଷକମାନେ ପ୍ରକାଶ କରିଛନ୍ତି ା
ବର୍ତ୍ତମାନ ଖଇରା ବ୍ଲକର ୧୧ଟି ପ୍ରାଣୀ ଚିକିତ୍ସାକେନ୍ଦ୍ର ଦାୟିତ୍ୱରେ ୮ଜଣ ପ୍ରାଣୀଧନ ନିରୀକ୍ଷକ ରହିଛନ୍ତି ା ସମସ୍ତ ନିରୀକ୍ଷକମାନେ ପ୍ରତ୍ୟେକ ଦିନ କାର୍ଯ୍ୟାଳୟକୁ ଆସିବା ସହ ଗୋରକ୍ଷଙ୍କ ସୁବିଧା ଅସୁବିଧାରେ ତାଙ୍କ ନିକଟରେ ପହଞ୍ଚି ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେଇଆସୁଛନ୍ତି ା ହେଲେ ବର୍ତ୍ତମାନ ପରିସ୍ଥିତିରେ ଖଇରା ବ୍ଲକରୁ ୮ଜଣ କୋଭିଡ-୧୯ରେ ସଂକ୍ରମିତ ଥିବା ବେଳେ ଗ୍ରାମବାସୀ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି ା ଏଭଳି ଅବସ୍ଥାରେ ବହୁ ଗ୍ରାମରେ ସେମାନଙ୍କର ଗ୍ରାମ ଭିତରକୁ ଯାତାୟାତକୁ ବିରୋଧ କରୁଛନ୍ତି ା ଦ୍ୱିତୀୟରେ ଟିକାକରଣ ବେଳେ ଲୋକଙ୍କ ଏକଜୁଟ ହେବାର ସମ୍ଭାବନା ଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଉଲ୍ଲେଖ କରାଯାଇଛି ା ଏଭଳି ଟିକାକରଣ ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ବିଭିନ୍ନ ଚିକିତ୍ସାକେନ୍ଦ୍ରର ନିରୀକ୍ଷକ କମଳାକାନ୍ତ ମଲ୍ଲିକ, ରାଜୀବ ଶିଅଳ, ଅର୍ଜୁନ ଚରଣ ଜେନା, କରୁଣାକର ମଲ୍ଲିକ ଓ ସତ୍ୟାନନ୍ଦ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି ା