ଟିକସ ବିଶାରଦରୁ ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ତଥା ରାଜନେତା ମିଖାଇଲ ମିଶୁଷ୍ଟିିନ ନିକଟରେ ରୁଷିଆର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିତ୍ବାବେଳେ ମିଶୁଷ୍ଟିିନଙ୍କୁ ଦିଆଯାଇଥିତ୍ବା ଏହି ଗୁରୁଦାୟିତ୍ୱ ଉପରେ ଦେଶ ଭରସା କରିବା ସ୍ବାଭାବିକ। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ତାଙ୍କ ଉପରେ ଅସ୍ଥା ପ୍ରକଟ କରିଛନ୍ତି। ରୁଷିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ ୧୫ ଜାନୁୟାରୀ,୨୦୨୦ରେ ଇସ୍ତଫା ଦେବା ପରେ ପୁଟିନ ସେହିଦିନ ମିଶୁଷ୍ଟିିନଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ଓ ତା ’ପରଦିନ ସେ ଷ୍ଟେଟ୍‌ ଡୁମା ଦ୍ୱାରା ସର୍ବସମ୍ମତିକ୍ରମେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ।
ମିଶୁଷ୍ଟିିନ ରୁଷିଆର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଫେଡେରାଲ ଟ୍ୟାକ୍ସ ସର୍ଭିସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରେ ସେ ଷ୍ଟାଙ୍କିନ୍‌ରୁ ମେଜରିଂ ଇନ୍‌ ସିଷ୍ଟମ୍‌ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ୧୯୯୨ରେ ସେଠାରୁ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ମିଶୁଷ୍ଟିିନ ଏକ ଟେଷ୍ଟ୍‌ ଲାବରେଟୋରି ଫ୍ୟାସିଲିଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୨ରେ ଅନ୍ତର୍ଜାତୀୟ କମ୍ପ୍ୟୁଟର କ୍ଲବ୍‌ରେ ଯୋଗଦେଇ ସେଠାରେ ରୁଷିଆ ଓ ପାଶ୍ଚାତ୍ୟ ଯୋଗାଯୋଗ ଜ୍ଞାନକୌଶଳର ଏକୀକରଣ ସୁବିଧା ଲାଗି କାର୍ଯ୍ୟ କରି ସମୟକ୍ରମେ ସେହି ସଂସ୍ଥାର ମୁଖ୍ୟ ହୋଇପାରିଥିଲେ। ୧୯୯୮ରେ ଷ୍ଟେଟ ସର୍ଭିସର ଇନ୍‌ଫର୍ମେଶନ ସିଷ୍ଟମ୍‌ରେ ସହଯୋଗୀ ଭାବେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୪ ଯାଏ ସେ ଡେପୁଟି ଟ୍ୟାକ୍ସ ମିନିଷ୍ଟର ଭାବେ ଦାୟିତ୍ୱ ନେଇ ଷ୍ଟେଟ୍‌ ଟ୍ୟାକ୍ସ ସର୍ଭିସରେ ଦ୍ୱିତୀୟ ମୁଖ୍ୟ ହୋଇଥିଲେ। ସେ ଏହି ସମୟରେ ରୁଷିଆର ଆର୍ଥିକ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଫେଡେରାଲ ଏଜେନ୍ସି ଫର୍‌ ରୟଲ ଇଷ୍ଟେଟ୍‌ କାଡାଷ୍ଟ୍ରେର ମୁଖ୍ୟ ଭାବେ ଦାୟିତ୍ୱ ନର୍ବାହ କରିବା ସହ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳର ପରିଚାଳନା ଲାଗି ଫେଡେରାଲ ଏଜେନ୍ସିର ମୁଖ୍ୟ ମଧ୍ୟ ହୋଇପାରିଥିଲେ। ୨୦୦୮ରେ ମିଶୁଷ୍ଟିିନ ପ୍ରଶାସନିକ ସେବା ଛାଡି ଘରୋଇ କ୍ଷେତ୍ରକୁ ପ୍ରବେଶ କରିବା ପରେ ଦୁଇବର୍ଷ ଲାଗି ୟୁଏଫ୍‌ଜି ଆସେଟ ମ୍ୟାନେଜମେଣ୍ଟ ନାମକ ଏକ ପୁଞ୍ଜିନିବେଶ ଫଣ୍ଡର ସଭାପତି ପଦ ଅଳଂକୃତ କରିଥିଲେ । ଫେଡେରାଲ ଟ୍ୟାକ୍ସ ସର୍ଭିସ(ଏଫଟିଏସ୍‌)ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଯାଏ ସେ ଏହି ପଦବୀରେ ରହିଥିଲେ। ଏହାପରେ ମିଶୁଷ୍ଟିିନ ଫେବୃୟାରୀ ୨୦୦୯ରେ ରାଷ୍ଟ୍ରପତିଙ୍କ ପର୍ସନାଲ ରିଜର୍ଭ ଭାବେ ଯୋଗ ଦେଇଥିଲେ। ୨୦୧୦ରେ ସେ ଫେଡେରାଲ ଟ୍ୟାକ୍ସ ସର୍ଭିସର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ମିଶୁଷ୍ଟିିନ ଯେହେତୁ ବିଜ୍‌ନେସ ଧାରା ଦେଇ ଆସିଥିଲେ ସେଥିଲାଗି ତାଙ୍କ ଉପରେ ଶିଳ୍ପପତିଙ୍କର ଆଶାସଂଚାର ହୋଇଥିଲା। ଏହି ପଦବୀରେ ରହିବା ପରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଣେ କୁଶଳୀ ଟେକ୍ନୋକ୍ରାଟ ଭାବେ ଏବଂ ଟିକସ ସରଳୀକରଣ ତଥା ବୈଦ୍ୟୁତିକ ଟିକସସେବା ଲାଗି ତାଙ୍କ ଖ୍ୟାତି ଢ଼େର ବଢିଯାଇଥିଲା। ଏହି ସମୟରେ ‘ଡାର୍ଟି ଡାଟା’ ଓ ଅନୁଚିତ ଭାଟ୍‌ ଫେରସ୍ତ ଉପରେ ପଦକ୍ଷେପ ଗ୍ରହଣ କରିବା ତାଙ୍କ କାର୍ଯ୍ୟକାଳର ଉଲ୍ଲେଖନୀୟ ଘଟଣା। ସେ ଡିଜିଟାଇଜେଶନ ଓ ‘ବିଗ୍‌ ଡାଟା’ ଉପରେ ବି ଗୁରୁତ୍ୱ ଦେଇଥିତ୍ଲେ। ଅନ୍‌ଲାଇନ କ୍ୟାଶ୍‌ ରେଜିଷ୍ଟର ପଦ୍ଧତି ଲାଗୁ କରାଇବା ଥିଲା ତାଙ୍କ ଦକ୍ଷତାର ପରିଚୟ। ଟ୍ୟାକ୍ସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ମଧ୍ୟ ଲାଗୁ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାଟ୍‌ ଗ୍ୟାପ ୨୦ ପ୍ରତିଶତରୁ ହ୍ରାସ ପାଇ ୧ ପ୍ରତିଶତରୁ କମ୍‌ ହୋଇପାରିଥିଲା। ଏହା ଥିଲା ଦେଶର ଅର୍ଥନୈତିକ ଅବସ୍ଥାରେ ସୁଧାର ଆଣିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ତାଙ୍କ ସଫଳ ନେତୃତ୍ୱର ପରିଚୟ ପ୍ରଦାନ କରିଥିଲା।
ସେ ୩ ଜାନୁୟାରୀ ୧୯୬୬ରେ ମସ୍କୋ ନିକଟସ୍ଥ ଲୋବନିୟା ସହରରେ ଜନ୍ମକ୍‌ଗ୍ରହଣ କରିଥିଲେ। ତାଙ୍କ ପିତା ଭ୍ଲାଦିମିର ମିଶୁଟିନ ରୁଷୀୟ ଓ ମା’ ଲୁଇସ ଥିଲେ ଜଣେ ଆମେରିକୀୟ। ମିଶୁଷ୍ଟିିନଙ୍କ ସ୍ତ୍ରୀଙ୍କ ନାମ ଭ୍ଲାଡଲେନା ୟୁର୍‌ବନା ମିଶୁଷ୍ଟିନ୍‌ ଓ ତାଙ୍କର ତିନି ପୁଅ ଅଛନ୍ତି। ସେ କେବଳ ରାଜନୀତି ନୁହେଁ ଆଇସ୍‌ ହକି ମଧ୍ୟ ଖେଳନ୍ତି। ଖେଳ ଦେଖିବାକୁ ଭାରି ଭଲ ପାଉଥିବା ମିଶୁଷ୍ଟିିନ ଏଚ୍‌ସିସିଏସ୍‌କେଏ ମସ୍କୋ ପର୍ଯ୍ୟବେକ୍ଷକ ବୋର୍ଡର ସଦସ୍ୟ ରହିଛନ୍ତି। ସେ ଖେଳପ୍ରିୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପୁଟିନଙ୍କର ଅଧିକ ନିକଟତର ହୋଇପାରିଥିଲେ। କେବଳ ଏତିକି ନୁହେଁ ମିଶୁଷ୍ଟିିନ ଜଣେ ସୌଖୀନ ସଙ୍ଗୀତକାର। ସେ ପପ୍‌ ସଙ୍ଗୀତ ମଧ୍ୟ ଲେଖିଛନ୍ତି। ଏମିତିକି ଗାୟକ ଗ୍ରିଗୋରି ଲେପ୍ସଙ୍କ ପାଇଁ ସଙ୍ଗୀତ ଦେଇଛନ୍ତି। ପେଣ୍ଟଂ ପ୍ରତି ମଧ୍ୟ ତାଙ୍କର ଦୁର୍ବଳତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri