ଟିଏମ୍‌ସି କେନ୍ଦ୍ରର ସାମଗ୍ରୀ କିଣାରେ ହେରଫେର

ପଟ୍ଟାମୁଣ୍ଡାଇ, ୮ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ୨୦୨୦ ଏପ୍ରିଲ୍‌ ୬ରେ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଳବଳ ଲଗାଇ ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ ଜନତା କର୍ଫ୍ୟୁ, ଲକ୍‌ ଡାଉନ ଘୋଷଣା କଲେ। ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରୁଥିବା ପ୍ରାବାସୀ ଓଡ଼ିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ଏବଂ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମ୍‌ସି)ମାନ ଖୋଲିଥିଲେ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ପଞ୍ଚାୟତସ୍ତରରେ ମଧ୍ୟ ଟିଏମ୍‌ସି ଖୋଲା ଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଖୋଲା ଯାଇଥିବା ଟିଏମ୍‌ସିରେ ବ୍ୟାପକ ହେରଫେର ହୋଇଥିବା ନେଇ ୨୦୨୧ ଅକ୍ଟୋବର ୨୮ରେ ଚିଠି ନଂ. ୪୦୨୪ରେ ସୂଚନା ଅଧିକାର ଆଇନବଳରେ ତଥ୍ୟ ମିଳିଛି ବୋଲି ସାମାଜିକ କର୍ମୀ ଅମୂଲ୍ୟ ପ୍ରଧାନ କହିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ କେନ୍ଦ୍ରାପଡ଼ା ସମେତ ୧୦ ଜିଲାକୁ ୨୦୨୦ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଥିଲେ। ୨୦୨୦ ମାର୍ଚ୍ଚ ୨୫ରୁ କେନ୍ଦ୍ର ସରକର ସମଗ୍ର ଦେଶକୁ ଲକ୍‌ଡାଉନ ଘୋଷଣା କଲେ। କେନ୍ଦ୍ରାପଡ଼ା ଜିଲା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା। ବିଭିନ୍ନ ଦେଶରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକ ରହୁଥିବାରୁ କରୋନା କ୍ଷେତ୍ରରେ ଏହି ଅଞ୍ଚଳକୁ ସ୍ପର୍ଶକାତର ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା। ଲକ୍‌ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା। ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳରେ ଟିଏମ୍‌ସି ଖୋଲାଯାଇଥିଲା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମଧ୍ୟ ତକତ୍ାଳ ସଙ୍ଗରୋଧ କେନ୍ଦ୍ର ମାନ ଖୋଲାଗଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବାକୁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର, ମାସ୍କ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସଙ୍ଗରୋଧ କେନ୍ଦ୍ରଗୁଡିକରେ ଠୁଳ କରାଗଲା। ପ୍ରବାସୀ ଏବଂ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସୁବନ୍ଦୋବସ୍ତ କରାଗଲା। ସେଥିପାଇଁ ୬,୪୭୨ଟି ଖଟିଆ କିଣାଯାଇଥିଲା। ପ୍ରାୟ ଟିଏମ୍‌ସିଗୁଡ଼ିକରେ ପ୍ରବାସୀ ରହୁଥିଲେ ଓ ଜିନିଷପତ୍ରର ବ୍ୟବହାର କରୁଥିଲେ। ମାତ୍ର କରୋନା କମିବା ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ଏବେ ଅଲୋଡ଼ା ହୋଇପଡ଼ିଛି।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୦୨୦ ଏପ୍ରିଲ ୧୫ରେ ଛତିଶଗଡ଼ ଏସ୍‌ଆରଏସ୍‌ ଇଣ୍ଡଷ୍ଟ୍ରୀରୁ ୨,୪୯,୮୦୦ ଟଙ୍କା ମାସ୍କ କିଣାଯାଇଥିଲା। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତ୍ରୀନାଥ କ୍ଲଥ ଷ୍ଟୋରରୁ ୨୦୨୦ ଏପ୍ରିଲ ୬ରୁ ମେ ୧୩ ଭିତରେ ଗଦି, ବେଡସିଟ, ତକିଆ, ତକିଆ ଖୋଳ ପାଇଁ ୪୦,୮୮,୨୮୦ ଟଙ୍କାର କିଣାଯାଇଥିବା ବେଳେ ତାହା ଏବେ ଖତ ଖାଉଛି। ୨୦୨୦ ଜୁଲାଇ ୩ରେ ବଡପାଳ ଡିଆ ସ୍ବଦେଶୀ ଆୟୁର୍ବେଦ ମାର୍ଶାଘାଇରୁ ୫,୯୭,୮୯୨ଟଙ୍କାରେ ବକେଟ, ମଗ, ବ୍ରସ୍‌ ପେଷ୍ଟ କିଣାଯାଇଥିବା ବେଳେ ପ୍ଲାଷ୍ଟିକ ବୋଟଲ ଆଉ ପାଣି ବାବଦରେ ୭୪,୯୭୦ ଟଙ୍କାର ବିଲ୍‌ ହୋଇଥିବା ସୂଚନା ଅଧିକାରରେ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି ଏସ୍‌ଆରଏସ୍‌ ଇଣ୍ଡଷ୍ଟ୍ରିରୁ ଫୋମିଂ ମେଶିନ, ମାସ୍କ, ଆକୁଆଗାର୍ଡ ଇତ୍ୟାଦି କିଣିବାକୁ ୭,୨୫,୪୩୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସୋଡିୟମ ହାଇଡ୍ରୋକ୍ଲୋରାଡ କିଣିବାକୁ ୧ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ କରାଯାଇଥିବା ସୁଚନା ଦିଆଯାଇଛି। ଏହି ସବୁର ବିଲ୍‌ ୨୦୨୦ ଜୁଲାଇ ୨୦ ହୋଇଥିବା ଉଲ୍ଲେଖ କରାଯାଇଛି। ସେହିପରି ୱାଲିଂ, ହୋର୍ଡିଂ, ବାଉଁଶ ଇତ୍ୟାଦି ପାଇଁ ନୋବେଲ ଆର୍ଟ ପଟ୍ଟାମୁଣ୍ଡାଇ ଓ ହିନ୍ଦୁସ୍ତାନ ଆଡଭାଟାଇଜ କଟକକୁ ୨୦୨୦ ଅଗଷ୍ଟ ୪ରେ ୧୦,୮୬,୭୨ ଟଙ୍କା ବିଲ୍‌ ଦିଆଯାଇଛି। ନୀଳକଣ୍ଠ ଆଡଭାଟାଇଜ ଭୁବନେଶ୍ୱରକୁ ୬,୨୩,୦୪୦ ଟଙ୍କା ଆଡଭାଟାଇଜରେ ଖର୍ଚ୍ଚ କରାଯାଇଛି ବୋଲି ଉଲ୍ଲେଖ ଅଛି। ସେହିଭଳି କ୍ୱାଲିଟି ଏନ୍‌ଭିର ପ୍ରାଇଭେଟ ଲିମିଟେଡ଼ ଗାଜିଆବାଦ, ଏସ୍‌କେଏନ୍‌ ପ୍ରାଇଭେଟ ଲିମିଟେଡ଼ ଜାମସେଦପୁର, ଟ୍ରେଡ଼ ଓଡ଼ିଶା ଢ଼େଙ୍କାନାଳ, କ୍ଲିନ ଗ୍ରୀନ ଇକ୍ୟୁପମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଗାଜିଆବାଦ, ବିରଜା କେମିକାଲ କଟକ, ଡିଅର ଡିଲର ଭୁବନେଶ୍ୱରରୁ ୨ କୋଟି ୧୮ ଲକ୍ଷ ୪୬ ହଜାର ୫୧୯ ଟଙ୍କା ଖଟିଆ ଓ ଅନ୍ୟ ଆସବାବପତ୍ର କିଣାଯାଇଥିବା ନେଇ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ଏସମସ୍ତ ସାମଗ୍ରୀ ଅଦରକାରୀ ହୋଇପଡ଼ିଛି। ଖଟିଆଗୁଡ଼ିକ ସେମିତି ପୌର ପରିଷଦ କାର୍ଯ୍ୟାଳୟ, ଅଡିଟୋରିୟମ ଓ କଲ୍ୟାଣୀ ମଣ୍ଡପ ଛାତ ଉପରେ ପଡ଼ି ଖତ ଖାଉଛି। ବାଲ୍‌ଟି, ମଗ ଓ ବେଡସିଟ୍‌ ସବୁର ରକ୍ଷଣାବେକ୍ଷଣ ଅଭାବ ଯୋଗୁ କୁଆଡେ ଗଲାଣି। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଥିବା ବେଡସିଟ, ତକିଆ, ବାଲ୍‌ଟି, ମଗ ଇତ୍ୟାଦିକୁ ପ୍ରବାସୀମାନେ ନେଇଯାଇଛନ୍ତି ବୋଲି ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି। ସେ ସମୟରେ ତାଙ୍କୁ କେହି ଛୁଉଁ ନ ଥିଲେ। ଏହାର ସୁଯୋଗରେ ସେମାନେ ଏସବୁ ନେଇ ପଳାଇଲେ ବୋଲି କୁହାଯାଉଛି। ଯଦି ପୁଣି ଥରେ କରୋନା ଟ୍ରେଣ୍ଡ ଫେରେ, ତେବେ ଜିଲା ପ୍ରଶାସନ କେମିତି ଏହାକୁ ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ କରୋନା କାଳରେ କିଣାଯାଇଥିବା ସମସ୍ତ ସାମଗ୍ରୀର ତଦନ୍ତ କରାଗଲେ ହେରଫେର ହୋଇଥିବା ଘଟଣା ପଦାକୁ ଆସିବ ବୋଲି ପ୍ରଧାନ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପ୍ରଶାସନ ପକ୍ଷରୁ ଏ ସବୁର ରକ୍ଷଣବେକ୍ଷଣା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏ ନେଇ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ହେରଫେର ନେଇ କୌଣସି ଅଭିଯୋଗ ଆସିଲେ ତଦନ୍ତ କରାଯିବ। କିଣା ଯାଇଥିବା ଆସବାବପତ୍ରକୁ ସଂରକ୍ଷଣ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri