ଟିଏମ୍‌ସି କେନ୍ଦ୍ରର ସାମଗ୍ରୀ କିଣାରେ ହେରଫେର

ପଟ୍ଟାମୁଣ୍ଡାଇ, ୮ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ୨୦୨୦ ଏପ୍ରିଲ୍‌ ୬ରେ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କଳବଳ ଲଗାଇ ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ ଜନତା କର୍ଫ୍ୟୁ, ଲକ୍‌ ଡାଉନ ଘୋଷଣା କଲେ। ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରୁଥିବା ପ୍ରାବାସୀ ଓଡ଼ିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ଏବଂ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମ୍‌ସି)ମାନ ଖୋଲିଥିଲେ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ପଞ୍ଚାୟତସ୍ତରରେ ମଧ୍ୟ ଟିଏମ୍‌ସି ଖୋଲା ଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଖୋଲା ଯାଇଥିବା ଟିଏମ୍‌ସିରେ ବ୍ୟାପକ ହେରଫେର ହୋଇଥିବା ନେଇ ୨୦୨୧ ଅକ୍ଟୋବର ୨୮ରେ ଚିଠି ନଂ. ୪୦୨୪ରେ ସୂଚନା ଅଧିକାର ଆଇନବଳରେ ତଥ୍ୟ ମିଳିଛି ବୋଲି ସାମାଜିକ କର୍ମୀ ଅମୂଲ୍ୟ ପ୍ରଧାନ କହିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବାକୁ ସତର୍କତା ସ୍ବରୂପ କେନ୍ଦ୍ରାପଡ଼ା ସମେତ ୧୦ ଜିଲାକୁ ୨୦୨୦ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଥିଲେ। ୨୦୨୦ ମାର୍ଚ୍ଚ ୨୫ରୁ କେନ୍ଦ୍ର ସରକର ସମଗ୍ର ଦେଶକୁ ଲକ୍‌ଡାଉନ ଘୋଷଣା କଲେ। କେନ୍ଦ୍ରାପଡ଼ା ଜିଲା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା। ବିଭିନ୍ନ ଦେଶରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକ ରହୁଥିବାରୁ କରୋନା କ୍ଷେତ୍ରରେ ଏହି ଅଞ୍ଚଳକୁ ସ୍ପର୍ଶକାତର ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା। ଲକ୍‌ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା। ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳରେ ଟିଏମ୍‌ସି ଖୋଲାଯାଇଥିଲା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମଧ୍ୟ ତକତ୍ାଳ ସଙ୍ଗରୋଧ କେନ୍ଦ୍ର ମାନ ଖୋଲାଗଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବାକୁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍‌ସିଟ୍‌, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର, ମାସ୍କ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସଙ୍ଗରୋଧ କେନ୍ଦ୍ରଗୁଡିକରେ ଠୁଳ କରାଗଲା। ପ୍ରବାସୀ ଏବଂ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସୁବନ୍ଦୋବସ୍ତ କରାଗଲା। ସେଥିପାଇଁ ୬,୪୭୨ଟି ଖଟିଆ କିଣାଯାଇଥିଲା। ପ୍ରାୟ ଟିଏମ୍‌ସିଗୁଡ଼ିକରେ ପ୍ରବାସୀ ରହୁଥିଲେ ଓ ଜିନିଷପତ୍ରର ବ୍ୟବହାର କରୁଥିଲେ। ମାତ୍ର କରୋନା କମିବା ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ଏବେ ଅଲୋଡ଼ା ହୋଇପଡ଼ିଛି।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୦୨୦ ଏପ୍ରିଲ ୧୫ରେ ଛତିଶଗଡ଼ ଏସ୍‌ଆରଏସ୍‌ ଇଣ୍ଡଷ୍ଟ୍ରୀରୁ ୨,୪୯,୮୦୦ ଟଙ୍କା ମାସ୍କ କିଣାଯାଇଥିଲା। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତ୍ରୀନାଥ କ୍ଲଥ ଷ୍ଟୋରରୁ ୨୦୨୦ ଏପ୍ରିଲ ୬ରୁ ମେ ୧୩ ଭିତରେ ଗଦି, ବେଡସିଟ, ତକିଆ, ତକିଆ ଖୋଳ ପାଇଁ ୪୦,୮୮,୨୮୦ ଟଙ୍କାର କିଣାଯାଇଥିବା ବେଳେ ତାହା ଏବେ ଖତ ଖାଉଛି। ୨୦୨୦ ଜୁଲାଇ ୩ରେ ବଡପାଳ ଡିଆ ସ୍ବଦେଶୀ ଆୟୁର୍ବେଦ ମାର୍ଶାଘାଇରୁ ୫,୯୭,୮୯୨ଟଙ୍କାରେ ବକେଟ, ମଗ, ବ୍ରସ୍‌ ପେଷ୍ଟ କିଣାଯାଇଥିବା ବେଳେ ପ୍ଲାଷ୍ଟିକ ବୋଟଲ ଆଉ ପାଣି ବାବଦରେ ୭୪,୯୭୦ ଟଙ୍କାର ବିଲ୍‌ ହୋଇଥିବା ସୂଚନା ଅଧିକାରରେ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି ଏସ୍‌ଆରଏସ୍‌ ଇଣ୍ଡଷ୍ଟ୍ରିରୁ ଫୋମିଂ ମେଶିନ, ମାସ୍କ, ଆକୁଆଗାର୍ଡ ଇତ୍ୟାଦି କିଣିବାକୁ ୭,୨୫,୪୩୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସୋଡିୟମ ହାଇଡ୍ରୋକ୍ଲୋରାଡ କିଣିବାକୁ ୧ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ କରାଯାଇଥିବା ସୁଚନା ଦିଆଯାଇଛି। ଏହି ସବୁର ବିଲ୍‌ ୨୦୨୦ ଜୁଲାଇ ୨୦ ହୋଇଥିବା ଉଲ୍ଲେଖ କରାଯାଇଛି। ସେହିପରି ୱାଲିଂ, ହୋର୍ଡିଂ, ବାଉଁଶ ଇତ୍ୟାଦି ପାଇଁ ନୋବେଲ ଆର୍ଟ ପଟ୍ଟାମୁଣ୍ଡାଇ ଓ ହିନ୍ଦୁସ୍ତାନ ଆଡଭାଟାଇଜ କଟକକୁ ୨୦୨୦ ଅଗଷ୍ଟ ୪ରେ ୧୦,୮୬,୭୨ ଟଙ୍କା ବିଲ୍‌ ଦିଆଯାଇଛି। ନୀଳକଣ୍ଠ ଆଡଭାଟାଇଜ ଭୁବନେଶ୍ୱରକୁ ୬,୨୩,୦୪୦ ଟଙ୍କା ଆଡଭାଟାଇଜରେ ଖର୍ଚ୍ଚ କରାଯାଇଛି ବୋଲି ଉଲ୍ଲେଖ ଅଛି। ସେହିଭଳି କ୍ୱାଲିଟି ଏନ୍‌ଭିର ପ୍ରାଇଭେଟ ଲିମିଟେଡ଼ ଗାଜିଆବାଦ, ଏସ୍‌କେଏନ୍‌ ପ୍ରାଇଭେଟ ଲିମିଟେଡ଼ ଜାମସେଦପୁର, ଟ୍ରେଡ଼ ଓଡ଼ିଶା ଢ଼େଙ୍କାନାଳ, କ୍ଲିନ ଗ୍ରୀନ ଇକ୍ୟୁପମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଗାଜିଆବାଦ, ବିରଜା କେମିକାଲ କଟକ, ଡିଅର ଡିଲର ଭୁବନେଶ୍ୱରରୁ ୨ କୋଟି ୧୮ ଲକ୍ଷ ୪୬ ହଜାର ୫୧୯ ଟଙ୍କା ଖଟିଆ ଓ ଅନ୍ୟ ଆସବାବପତ୍ର କିଣାଯାଇଥିବା ନେଇ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ଏସମସ୍ତ ସାମଗ୍ରୀ ଅଦରକାରୀ ହୋଇପଡ଼ିଛି। ଖଟିଆଗୁଡ଼ିକ ସେମିତି ପୌର ପରିଷଦ କାର୍ଯ୍ୟାଳୟ, ଅଡିଟୋରିୟମ ଓ କଲ୍ୟାଣୀ ମଣ୍ଡପ ଛାତ ଉପରେ ପଡ଼ି ଖତ ଖାଉଛି। ବାଲ୍‌ଟି, ମଗ ଓ ବେଡସିଟ୍‌ ସବୁର ରକ୍ଷଣାବେକ୍ଷଣ ଅଭାବ ଯୋଗୁ କୁଆଡେ ଗଲାଣି। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଥିବା ବେଡସିଟ, ତକିଆ, ବାଲ୍‌ଟି, ମଗ ଇତ୍ୟାଦିକୁ ପ୍ରବାସୀମାନେ ନେଇଯାଇଛନ୍ତି ବୋଲି ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି। ସେ ସମୟରେ ତାଙ୍କୁ କେହି ଛୁଉଁ ନ ଥିଲେ। ଏହାର ସୁଯୋଗରେ ସେମାନେ ଏସବୁ ନେଇ ପଳାଇଲେ ବୋଲି କୁହାଯାଉଛି। ଯଦି ପୁଣି ଥରେ କରୋନା ଟ୍ରେଣ୍ଡ ଫେରେ, ତେବେ ଜିଲା ପ୍ରଶାସନ କେମିତି ଏହାକୁ ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ କରୋନା କାଳରେ କିଣାଯାଇଥିବା ସମସ୍ତ ସାମଗ୍ରୀର ତଦନ୍ତ କରାଗଲେ ହେରଫେର ହୋଇଥିବା ଘଟଣା ପଦାକୁ ଆସିବ ବୋଲି ପ୍ରଧାନ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପ୍ରଶାସନ ପକ୍ଷରୁ ଏ ସବୁର ରକ୍ଷଣବେକ୍ଷଣା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏ ନେଇ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ହେରଫେର ନେଇ କୌଣସି ଅଭିଯୋଗ ଆସିଲେ ତଦନ୍ତ କରାଯିବ। କିଣା ଯାଇଥିବା ଆସବାବପତ୍ରକୁ ସଂରକ୍ଷଣ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri