ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏହକ୍ରମରେ ଶନିବାର ଉକ୍ତ ଅଞ୍ଚଳର ଟାଟା ହାଟରେ ପୋଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଉଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର କରୁନାହାନ୍ତି। ଲୋକମାନେ ପରିବା କିଣିବା ସମୟରେ ସାମାଜିକ ଦୂରତା ରକ୍ଷା ନ କରି ଗୋଟିଏ ସ୍ଥାନରେ ଏକତ୍ରିତ ହେଉଥିବା ଦେଖିବାକୁ ମିଳିଛି। ଯାହା ଏବେ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଲୋକଙ୍କ ଅବହେଳା ଯୋଗୁ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି।