ଟାଟା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ ଦୁଃଖ ଶୁଣିଲେନି: ଧାରଣାସ୍ଥଳରେ ସ୍ବାମୀଙ୍କୁ ଶ୍ରାଦ୍ଧ ଦେଲେ ମହିଳା

ଯୋଡ଼ା, ୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଗତ ୮୩ ଦିନ ଧରି ଧାରଣାରେ ବସିଛନ୍ତି ବିଳାସୀ କାରୁଆ। ପୁଅ ଦୀପକ କାରୁଆ ବି ମାଆଙ୍କ ସହିତ ଏହି ଧାରଣାରେ ସାମିଲ ହୋଇଛନ୍ତି ା ହେଲେ ତାଙ୍କୁ ଏ ଯାଏ ନ୍ୟାୟ ମିଳିନି ା କମ୍ପାନୀରେ କାର୍ଯ୍ୟରତ ସ୍ବାମୀଙ୍କ ମୃତ୍ୟୁଜନିତ କ୍ଷତିପୂରଣ ଓ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦାବି କରି ବିଳାସୀ ଏହି ଆନ୍ଦୋଳନ ଚଳାଇ ଆସିଛନ୍ତି। ଏହାପରେ ବି କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ବିଳାସୀ ା ମଙ୍ଗଳବାର ଥିଲା ସ୍ବାମୀ ମହାନ୍ତି କାରୁଆଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ା ଏଥିପାଇଁ ସେ ଧାରଣାସ୍ଥଳରେ ହିଁ ପୁଅ ଦୀପକଙ୍କ ସହିତ ସ୍ବାମୀଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଇଁ ପିଣ୍ଡ ପକାଇ ନିଜର ଅଭିମାନକୁ ପ୍ରକାଶ କରିଛନ୍ତି ା
ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଲୌହ କାରଖାନାରେ ଯୋଡ଼ା ପୌରାଞ୍ଚଳ ଅନ୍ତର୍ଗତ ଗୋପ ମହାନ୍ତି ହଟିଂ ବାସିନ୍ଦା ମହାନ୍ତି କାରୁଆ ଜଣେ ବରିଷ୍ଠ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ା ୨୦୦୪ ଅଗଷ୍ଟ ୬ରେ ସେ କମ୍ପାନୀକୁ ଆସି ଆଉ ଘରକୁ ଫେରି ନ ଥିଲେ ା କମ୍ପାନୀରେ କୁଆଡ଼େ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ପରିବାରର ସଦସ୍ୟଙ୍କୁ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ କରାଇ କାରଖାନାର କେତେଜଣ ଶ୍ରମିକଙ୍କ ସାହାଯ୍ୟରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାର କିଛିଦିନ ପରେ କମ୍ପାନୀ ପକ୍ଷରୁ ବିଳାସୀଙ୍କୁ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ମିଳିଥିଲା ା ମାତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କ ସେହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିଲା। ବିଳାସୀ ଓ ପୁଅ ଦୀପକ ବାରମ୍ବାର କାରଖାନା କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ା ଶ୍ରମ ଆଇନ୍‌ ଅନୁଯାୟୀ କ୍ଷତିଗ୍ରସ୍ତ ପରିବାରକୁ ମୃତ୍ୟୁଜନିତ କ୍ଷତିପୂରଣ ପ୍ରଦାନ ଓ ଶ୍ରମିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ପରିବାରର ଜଣେ ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦାବି କରି ବିଳାସୀ, ପୁଅ ଦୀପକ ଓ ତାଙ୍କ ପରିବାର ସଦସ୍ୟମାନେ ଗତ ମେ ୧୬ରୁ କାରଖାନା ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ା ମଙ୍ଗଳବାର ମହାନ୍ତି କାରୁଆଙ୍କ ୧୬ତମ ଶ୍ରାଦ୍ଧ ଦିବସ ଥିବାରୁ ଧାରଣା ସ୍ଥଳରେ ସ୍ବାମୀଙ୍କ ନାମରେ ବିଳାସୀ ଓ ଦୀପକ ଶ୍ରାଦ୍ଧ ଦେବା ସହିତ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ନାମରେ ମଧ୍ୟ ପିଣ୍ଡ ପକାଇ ନିଜ ଦୀର୍ଘ ଦିନର ଅଭିମାନକୁ ଜାହିର କରିଛନ୍ତି ା ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ା କମ୍ପାନୀ କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଶୀତଳ ସ୍ବାଇଁଙ୍କୁ ପଚାରିବାରୁ ମୃତ ମହାନ୍ତି କାରୁଆଙ୍କର କମ୍ପାନୀରେ ଥିବା ପ୍ରାପ୍ୟ ସୁଧ ସହିତ ଦେବାକୁ ପ୍ରସ୍ତୁତ ବୋଲି କମ୍ପାନୀ ତରଫରୁ ତାଙ୍କ ପତ୍ନୀଙ୍କୁ ଚିଠି ଦିଆଯାଉଥିଲେ ମଧ୍ୟ ସେ ଏକ ଚାକିରି ଦେବା ଲାଗି ଧାରଣା ଦେଉଛନ୍ତି। ତେବେ ଚାକିରି ଦେବା ବର୍ତ୍ତମାନ କମ୍ପାନୀ ପକ୍ଷେ ସମ୍ଭବରପର ନୁହେଁ ପରବର୍ତ୍ତୀ ସମୟରେ କମ୍ପାନୀ ଏବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି କମ୍ପାନୀ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri