Posted inରାଜ୍ୟ

ଟାଟା: ଖଣି ହାତେଇବାକୁ ବ୍ୟାକୁଳ

କଟକ ଅଫିସ,୮ା୮(ଲାଲା ସୁନୀଲ କୁମାର ରଥ/କୁମାରଶ୍ରୀ ସାହୁ):ଟାଟା ସାମ୍ରାଜ୍ୟର ଜନ୍ମ ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ହୋଇଛି। ଆମ ମଧ୍ୟରେ କ୍ୱଚିତ୍‌ ଥିବେ ଯେଉଁମାନେ ଟାଟା ଶିଳ୍ପ ଇତିହାସ ଜାଣିଥିବେ। ସେହି ସାମ୍ରାଜ୍ୟର ପ୍ରଥମ ବୃହତ୍‌ ଶିଳ୍ପ ଥିଲା ଜାମ୍‌ସେଦପୁରସ୍ଥିତ ଟାଟା ଇସ୍ପାତ କାରଖାନା। ଜାଣିବାର କଥା ଯେ, ଏହି ଇସ୍ପାତ କାରଖାନାକୁ କଞ୍ଚାମାଲ୍‌ ଅର୍ଥାତ୍‌ ଲୁହାପଥର ଓଡ଼ିଶାରୁ ଯାଉଥିଲା। ଏବେ ମଧ୍ୟ ଯାଉଛି। କାରଖାନା ଓଡ଼ିଶାର ସୀମାନ୍ତ ପଡ଼ୋଶୀ ରାଜ୍ୟରେ ସ୍ଥାପନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଟାଟା ଇସ୍ପାତର ଅଧାରୁ ଅଧିକ କଞ୍ଚାମାଲ୍‌ ଓଡ଼ିଶାରେ ଥିବା ତାହାର କ୍ୟାପ୍ଟିଭ ଖଣିରୁ ଯାଉଛି। ଖବର ମିଳିଛି ଯେ, ଓଡ଼ିଶାର ଯେତିକି ପ୍ରାକୃତିକ ସମ୍ପଦ ସେହି କମ୍ପାନୀ ଦଖଲ କରି ବସିଥିଲା, ଏବେ ଏହାର ଲୋଭ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ମାଇନ୍‌ସ ଆଣ୍ଡ ମିନେରାଲ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ (ଏମ୍‌ଏମ୍‌ଡିଆର) ଆଇନ ଅନୁଯାୟୀ ସବୁ ଖଣି ମାଲିକଙ୍କୁ ୧୦ବର୍ଗ କି.ମି. ମଧ୍ୟରେ କାର୍ଯ୍ୟ କରିବାକୁ ସରକାରୀ ଅନୁମତି ମିଳିଥାଏ। ହେଲେ ସେତିକିରେ ସନ୍ତୁଷ୍ଟ ହେବା ପରିବର୍ତ୍ତେ ଟାଟା ଇସ୍ପାତ ସମୟର ସୁବିଧା ଉଠାଇ ଓଡ଼ିଶାର ୪୯.୬୧ବର୍ଗ କି.ମି ଖଣି ଅଞ୍ଚଳକୁ ହାତେଇଛି। ଏହାପରେ ବି ସନ୍ତୁଷ୍ଟ ହୋଇପାରିନି କମ୍ପାନୀ। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ନେବାରେ ଅଧିକ ଇଚ୍ଛା ପ୍ରକାଶ କରି ୨୦୧୭ ଅକ୍ଟୋବର ୧୩ତାରିଖରେ ପତ୍ର ସଂଖ୍ୟା. ୦୪୯୧ରେ ଟାଟା ଷ୍ଟିଲ ଲିମିଟେଡ ରାଜ୍ୟ ସରକାରଙ୍କୁ ଖଣି ଅଞ୍ଚଳର ପରିସୀମାକୁ ୧୨୫ବର୍ଗ କି.ମି.କୁ ବୃଦ୍ଧି କରିବାକୁ ଆବେଦନ କରିଥିଲା। ଆଉ ଟାଟାର ଏଭଳି ଆବେଦନରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ ପୂର୍ବକ ପଦକ୍ଷେପ ନେଇଥିଲେ।

ଖଣି ବିଭାଗ ୨୦୧୭ ନଭେମ୍ବର ୨୦ରେ ପତ୍ର ସଂଖ୍ୟା ୯୫୩୧ରେ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଗଠନ ଟାଟା ଆବେଦନର ମାତ୍ର ୫ସପ୍ତାହ ମଧ୍ୟରେ କରାଯାଇଥିଲା। ଟାଟା ଷ୍ଟିଲ୍‌ର ଖଣି ଅଞ୍ଚଳ ସମ୍ପ୍ରସାରଣ ଅନୁମତି ସମ୍ପର୍କିତ ଆବେଦନକୁ ବିଚାର କରି ୨୦୧୮ମାର୍ଚ୍ଚ ୧୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ସୁପାରିସ ପତ୍ର ପଠାଯାଇଥିଲା, ଯେଉଁଥିରେ ଖଣି କମ୍ପାନୀଗୁଡ଼ିକୁ ୧୦ବର୍ଗ କି.ମି. ପରିବର୍ତ୍ତେ ୭୫ବର୍ଗ କି.ମି. ଜମି ପ୍ରଦାନ କରିବାକୁ ସୁପାରିସ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏହି ସୁପାରିସ ପତ୍ରରୁ ଜଣାପଡ଼ୁଛି ଯେ, କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହୋଇପାରିଛି। ଏବେ ଟାଟାର ଆବେଦନ ସହିତ ରାଜ୍ୟର ସୁପାରିସ କେନ୍ଦ୍ର କୋଳରେ ପଡ଼ିଛି। ଦିଲ୍ଲୀରେ ଯଦି ଭୁବନେଶ୍ୱର ଭଳି ଉଚ୍ଚକୋଟିର ବୁଝାମଣା ହୋଇଯିବ ତେବେ ଓଡ଼ିଶା ରାଜ୍ୟର ଖଣିଜ ସମ୍ପଦ ଟାଟା କମ୍ପାନୀ ମାଡ଼ି ବସିବା ସହଜ ହୋଇଯିବ। ଅପରପକ୍ଷରେ ଟାଟା କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅନୁକମ୍ପାମୂଳକ ସୁପାରିସକୁ ଯୁକ୍ତିହୀନ ଏବଂ ଅବିଧେୟ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ରିଟ୍‌ ପିଟିଶନ (ପିଆଇଏଲ୍‌)୨୫୦୨/୨୦୧୯) ରୁଜୁ କରାଯାଇଛି। ଆବେଦନକାରୀ ବିଜୟ ମିଶ୍ର ଏଥିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଝାଡ଼ଖଣ୍ଡ ସରକାର ଏବଂ ଟାଟା ଷ୍ଟିଲ୍‌କୁ ପକ୍ଷଭୁକ୍ତ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ମାତୃଗୁପ୍ତ ମିଶ୍ର ପରିଚାଳନା କରୁଛନ୍ତି। ଅପରପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବାପାଇଁ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ସ୍ପଞ୍ଜ ଆଇରନ, ପେଲେଟ ମାନୁଫ୍ୟାକ୍ଚର ଆସୋସିଏଶନ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଣା ମୁଖାର୍ଜୀ ଓ ଯଶୋବନ୍ତ ଦାଶ ପକ୍ଷ ରଖିବାକୁ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡ଼ିିଛି। ଟାଟା ପକ୍ଷରୁ ଏଇଚ୍‌. ରାୱଲ ଏହି ମାମଲା ପରିଚାଳନା କରୁଛନ୍ତି। ତେବେ ଏନେଇ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କେହି ମତାମତ ଦେବାକୁ ପ୍ରସ୍ତୁତ ହେଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri