ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ ଯାଞ୍ଚ ସମୟରେ ପ୍ରଥମ ସର୍ବାଧିକ ଜରିମାନା ଆଦାୟ କରାଯାଇଛି I ଟାଟା ଏସି ଗାଡିର ଫିଟନେସ୍‌ , ଡିଏଲ୍‌, ପରମିଟ୍‌ ଓ ଇନ୍ସ୍ୟୁରାନ୍ସ ନ ଥିବା କାରଣରୁ ଚାଳକ ଜଣକ ୩୮,୫୦୦ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି।