ଟଳିଳା ବନ୍ୟା ସମ୍ଭାବନା: ସଚିବ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ବର୍ଷା ପରିମାଣ କମ ରହିଛି। ଫଳରେ ବନ୍ୟା ନେଇ ଯେଉଁ ଆଶଙ୍କା କରାଯାଇଥିଲା, ତାହା ଟଳିଯାଇଛି। ବର୍ଷା ପରିମାଣ କମ୍‌ ହେବାରୁ ସବୁ ନଦୀରେ ଜଳସ୍ତର କମିବାରେ ଲାଗିଛି। ଗୁରୁବାର ହୀରାକୁଦରେ ୨୦ଟି ଗେଟରେ ୩.୩୧ ଲକ୍ଷ କ୍ୟୁସେକ ଜଳ ଛଡ଼ାଯାଇଥିଲା। ଶୁକ୍ରବାର ହୀରାକୁଦରେ ୧୦ଟି ଗେଟ ବନ୍ଦ କରିବାକୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସବୁ ସ୍ବାଭାବିକ ହୋଇଯିବ ବୋଲି ସଚିବ ଜେନା କହିଛନ୍ତି।