Categories: ଖେଳ

ଟପ୍‌ ଟେନ୍‌ରେ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌

ଭୁବନେଶ୍ୱର, ୧୪ା୮ (ସ୍ପୋଟର୍‌ସ ବ୍ୟୁରୋ)-ଚାଇନାର ଝୁଆଇ ସର୍କିଟରେ ଅନୁଷ୍ଠିତ ଏସିଆ ରୋଡ୍‌ ରେସିଂ ଚାମ୍ପିୟନଶିପ୍‌ (ଏଆର୍‌ଆର୍‌ସି)ର ୨ୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ପ୍ରଭାବୀ ପ୍ରଦର୍ଶନ କରିଛି। ଚାଳକ ରାଜୀବ ଟପ୍‌ ୧୦ରେ ସ୍ଥାନ ସହ ଦଳ ପାଇଁ ୬ ପଏଣ୍ଟ ଆଣି ଦେଇଛନ୍ତି। ଟିମ୍‌ର ଅନ୍ୟତମ ଚାଳକ ସେନ୍ଥିଲ କୁମାର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ୧୭ତମ ସ୍ଥାନରେ ରହିଥିଲେ। ମାଲେସିଅରେ ହେବାକୁଥିବା ପରବର୍ତ୍ତୀ ରେସ୍‌ରେ ଟିମ୍‌ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌, ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେଶନର ଉପସଭାପତି ପ୍ରଭୁ ନାଗରାଜ ଆଶା ପ୍ରକାଶ କରି କହିଛନ୍ତି।

Share