ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା ସିସି ଟିଭି ଫୁଟେଜ ପୋଲିସ ସଂଗ୍ରହ କରିଥିଲା। ହେଲେ ଏବେସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରିନାହିଁ। ଅନ୍ୟପଟେ ଅଞ୍ଚଳରେ ବଢି ଚାଲିଥିବା ଲୁଟ ଓ ଚୋରି ଭଳି ଘଟଣା ପୋଲିସ ପାଇଁ ଚାଲେଞ୍ଜ ହୋଇପଡିଛି।
ପ୍ରକାଶ ଯେ, ଅଗଷ୍ଟ ୧୪ ତାରିଖ ଅପରାହ୍ନ ୪ଟା ବେଳେ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଜଣେ ବରିଷ୍ଠ ନାଗରିକଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଆଙ୍କୁଲି ଶିଳ୍ପାଞ୍ଚଳର ଜି.ରାଧାକୃଷ୍ଣ ପାତ୍ର ଉକ୍ତ ବ୍ୟାଙ୍କରୁ କୌଣସି କାମ ପାଇଁ ୫୦ ହଜାର ଟଙ୍କା ଉଠାଇ ଗାଡି ନିକଟକୁ ଚାଲି ଚାଲି ଆସୁଥିଲେ। ହେଲେ ବ୍ୟାଙ୍କ ଭିତରେ ରାଧାକୃଷ୍ଣଙ୍କୁ ପିଛା କରୁଥିବା ଦୁର୍ବୃତ୍ତ ଜଣକ ସୁଯୋଗ ଦେଖି ବରିଷ୍ଠ ନାଗରିକଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଯାଇଥିଲା। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୋଗ ପରେ ନଂ.୧୫୫/୧୯ରେ ଏକ ମାମଲା ରୁଜୁ କରି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜଣେ ନାବାଳକ ଏହା ଘଟାଇଥିବା ପୋଲିସ ସନ୍ଦେହ କରିଥିଲା। ଫୁଟେଜରୁ ମିଳିଥିବା ସୂଚନାକୁ ଆଧାର କରି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ କହିଥିଲା। କିନ୍ତୁ ଅଦ୍ୟାବଧି କାହାକୁ ଧରିପାରି ନାହିଁ ।
ଡା.ସୁନୀଲ କୋଟାଙ୍କୁ ସମ୍ବର୍ଦ୍ଧନା