Categories: ଖେଳ

ଝେଙ୍ଗ୍‌ଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଲସ୍‌ଆଞ୍ଜେଲ୍ସ, ୫ା୮ (ଏଏଫ୍‌ପି): ଚାଇନାର ଝେଙ୍ଗ୍‌ ସାଇସାଇ ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ସାନ୍‌ଜୋସ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚତୁର୍ଥ ସିଡ୍‌ ତଥା ବେଲରୁଷର ଆରିନା ସାବାଲେଙ୍କାଙ୍କୁ ୬-୩, ୭-୬ (୭/୩) ସେଟ୍‌ରେ ହରାଇ ଦେଇଛନ୍ତି। ଟ୍ରଫି ପ୍ରଦାନ ଉତ୍ସବରେ ଉଦ୍‌ବୋଧନ ଦେଇ ଝେଙ୍ଗ୍‌ କହିଥିଲେ ମୋର ଯଥେଷ୍ଟ ଅଭିଜ୍ଞତା ନାହିଁ। ଏକ ସପ୍ତାହ ଧରି କିପରି ଖେଲି ପାରିଲି ଭାବିଲେ ମୋତେ ଖୁସି ଲାଗୁଛି।

Share