ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେଡି ଜିଲା ପରିଷଦ ସଭ୍ୟଙ୍କ ମୃତଦେହ

ପୁରୀ ଅଫିସ,୨୪।୯: ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଶନିବାର ଭୁବନେଶ୍ୱରସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ଯୋଗୁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସୂଚନା ମିଳିନାହିଁ।
ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ଖଣ୍ଡିଆକୁଦ ଗା୍ରମରେ । ତାଙ୍କ ପରିବାରଙ୍କ ସହ ସେ ଭୁବନେଶ୍ୱରରେ ରହୁଥିଲେ ।