ଝୁମୁକା ଫ୍ୟାଶନ: ଜାଣନ୍ତୁ ଲାଟେଷ୍ଟ ଡିଜାଇନ

ଏହା ଏକ ପ୍ରକାର କ୍ଲାସିକ୍‌ ଇୟର ରିଂ, ଯାହାର ଚାହିଦା ମହିଳାମାନଙ୍କ ଗହଣରେ ପୂର୍ବରୁ ଥିଲା ଆଉ ଏବେ ବି ଅଛି। କହିବାକୁ ଗଲେ, ଭାରତୀୟ ମହିଳାମାନଙ୍କର ଜୁଏଲେରି କଲେକ୍‌ସନ୍‌ ଝୁମୁକା ବିନା ଲାଗେ ଯେମିତି ଅଧୁରା। ତେଣୁ ଝୁମୁକାର ଫ୍ୟାଶନ କେବେ ବି ପୁରୁଣା ହେଉନାହିଁ। ବରଂ ଦିନକୁ ଦିନ ଏହାର ନୂଆ ନୂଆ ଡିଜାଇନ ମାର୍କେଟ୍‌କୁ ଆସୁଛି। ତେବେ ଝୁମୁକାର କ’ଣ ସବୁ ଲାଟେଷ୍ଟ ଡିଜାଇନ ରହିଛି, ଆସନ୍ତୁ ଜାଣିବା…

ଗୋଲ୍ଡେନ ଝୁମୁକା: ପାରମ୍ପରିକ ପୋଷାକ ସହ ଏହି ଝୁମୁକା ଖୁବ୍‌ ସୁନ୍ଦର ମାନିଥାଏ। ସାଧାରଣତଃ ଟେମ୍ପଲ ଡିଜାଇନ୍‌, ଫ୍ଲୋରାଲ ଡିଜାଇନ୍‌ କିମ୍ବା ନେଚର ଥିମ୍‌ ଡିଜାଇନ୍‌ରେ ଆସୁଥିବା ଏହି ଗୋଲ୍ଡେନ୍‌ ଝୁମୁକାକୁ ଶାଢ଼ି କିମ୍ବା ଲେହେଙ୍ଗା ସହ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗେ।

ସିଲ୍‌ଭର ଅକ୍ସିଡାଇଜଡ୍‌ ଝୁମୁକା: ଏହି ଝୁମୁକାକୁ କେହି କେହି ଗୁଜରାଟୀ ଷ୍ଟାଇଲ ଝୁମୁକା ମଧ୍ୟ କହିଥାନ୍ତି। ସୂଚନାନୁଯାୟୀ, ନବରାତ୍ରି ସମୟରେ ଏହାର ଚାହିଦା ଖୁବ୍‌ ବଢ଼ିଯାଏ। କାରଣ ସେ ସମୟରେ ଘାଘରା-ଚୋଲି ସହ ଏହି ଝୁମୁକାକୁ ପିନ୍ଧି ଦାଣ୍ଡିଆ ଖେଳିଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗିଥାଏ।

ଡାଇମଣ୍ଡ ଝୁମୁକା: ଯେଉଁମାନଙ୍କୁ ପାରମ୍ପରିକ ଡିଜାଇନ୍‌ର ଗୋଲ୍ଡେନ୍‌ ଝୁମୁକା ପିନ୍ଧିବାକୁ ଭଲ ଲାଗେ ନାହିଁ, ସେମାନେ ଚାହିଁଲେ ଡାଇମଣ୍ଡ ଖଚିତ ମଡର୍ନ ଡିଜାଇନ୍‌ର ଝୁମୁକା ଟ୍ରାଏ କରିପାରିବେ। ଏହା ଗ୍ଲାମର୍ସ ଲୁକ୍‌ ଦେଇଥାଏ।

ଟେରାକୋଟା ଝୁମୁକା: ଏହା ଏକପ୍ରକାର ହ୍ୟାଣ୍ଡମେଡ୍‌ ଝୁମୁକା, ଯାହା ଦେଖିବାକୁ ଯେମିତି ସୁନ୍ଦର ପିନ୍ଧିଲେ ବି ସେମିତି ମଡର୍ନ ଲୁକ୍‌ ଦେଇଥାଏ। ସାଧାରଣତଃ ପଶୁପକ୍ଷୀ, ପତ୍ର, ଫୁଲ, ବୃକ୍ଷଲତା, ପରିବେଶ ତଥା ଦେବଦେବୀଙ୍କୁ ଆଧାରକରି ସ୍ବତନ୍ତ୍ର ଭାବେ ତିଆରି କରାଯାଉଥିବା ଟେରାକୋଟାର ଏହି ଝୁମୁକାଗୁଡ଼ିକ ଶାଢ଼ି , ଲେହେଙ୍ଗା ଓ ସାଲଓ୍ବାର୍‌-କମିଜ୍‌ ସହ ବେଶ୍‌ ଭଲ ମାନିଥାଏ।

କଶ୍ମୀରୀ ଝୁମୁକା: ଏଥିରେ ମୁଖ୍ୟତଃ ଦୁଇଟି ଝୁମୁକା ଲାଗିଥାଏ। ଆଉ ସେହି ଦୁଇଟି ଝୁମୁକାକୁ ଗୋଟିଏ ପଲ୍‌ ଖଚିତ ଚେନ୍‌ ଦ୍ୱାରା ସଂଯୋଗ କରାଯାଇଥାଏ। ଫଳରେ ଗୋଟିଏ ଝୁମୁକା କାନର ଆଗପଟେ ରହିଥିବାବେଳେ ଆଉ ଗୋଟିଏ ଝୁମୁକା ଚେନ୍‌ ଦ୍ୱାରା କାନର ପଛପଟେ ଓହଳିକି ରହିଥାଏ। ପର୍ବପର୍ବାଣି, ବାହାଘର ଫଙ୍କ୍‌ସନରେ ଏହାକୁ ପିନ୍ଧିଲେ, ଲୁକ୍‌ ଗର୍ଜିୟସ୍‌ ଲାଗେ।

ହୁପ୍‌ ଝୁମୁକା: ଦୁଇଟି ଭିନ୍ନ ଭିନ୍ନ ଡିଜାଇନ୍‌ ଇୟର ରିଂର ପରଫେକ୍ଟ କମ୍ବିନେଶନ ହେଉଛି ହୁପ୍‌ ଝୁମୁକା। କିନ୍ତୁ ଏହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଶାଢ଼ି, ଲେହେଙ୍ଗା, ସାଲଓ୍ବାର୍‌ ସହିତ ବି ଏହି ଝୁମୁକା ବେଶ୍‌ ଭଲ ମାନିଥାଏ।

ପର୍ଲ ଝୁମୁକା: ଖାସ୍‌ କରି ଟ୍ରାଡିଶନାଲ ଆଉଟ୍‌ଫିଟ୍‌ ସହ ପର୍ଲ ଝୁମୁକା ପରଫେକ୍ଟ ମ୍ୟାଚ୍‌ କରିଥାଏ। ଚିକ୍‌, କ୍ଲାସିକ୍‌ ଓ ଏଲିଗାଣ୍ଟ ଲୁକ୍‌ ପାଇଁ ଯୁବତୀମାନଙ୍କ ମଧ୍ୟରେ ଏହାର ଡିମାଣ୍ଡ ଖୁବ୍‌ ରହିଥିବା ଦେଖିବାକୁ ମିଳେ।

କୁନ୍ଦନ ଝୁମୁକା: ରାଜସ୍ଥାନୀ ମହିଳାମାନଙ୍କ ଗହଣରେ ଏହି ଝୁମୁକାର ବେଶ୍‌ ଡିମାଣ୍ଡ ରହିଥିବା ଦେଖିବାକୁ ମିଳେ। କିନ୍ତୁ ଏହାର ଆକର୍ଷଣୀୟ ଡିଜାଇନ୍‌ ପାଇଁ ଏବେ ଅନ୍ୟମାନେ ବି ଏହାକୁ ପସନ୍ଦ କରିବାକୁ ଲାଗିଲେଣି। ଡିଜାଇନର ଆଉଟ୍‌ଫିଟ୍‌ ସହ ଏହି ଝୁମୁକା ବେଶ୍‌ ଭଲ ମାନିଥାଏ।

ଇୟର କଫ୍‌ ଝୁମୁକା: ଇୟର କଫ୍‌ ସାଙ୍ଗରେ ପୁଣି ଝୁମୁକା, ଗର୍ଜିୟସ୍‌ ଲୁକ୍‌ ମିଳିବା ସୁନିଶ୍ଚିତ। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ ମିଳୁଥିଲେ ହେଁ ବିଶେଷକରି ମୟୂର ଡିଜାଇନର ଇୟର କଫ୍‌ ଝୁମୁକା ଅଧିକ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri