ଝି’ର ଚିକିଛା ଲାଗି ଦାଦନ୍‌ ଖଟୁଛେ ବାପ୍‌

ସେରଗଡ, ୧୯ା୮ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗଁା ଚଞ୍ଚରାପଡ଼ାର ପୂର୍ଣ୍ଣଚନ୍ଦ୍ର ମାଝିକଁର ସାନ ଝି’ ରୁଚିଶ୍ମିତା ମାଝି(୮)। ଜନମ୍‌ ବେଲେ ତାକର ମଲଦୁଆର ନାଇଁଥାଇ। ଡାକ୍‌ତରକଁର ପରାମଶ୍‌ରେ ମା’ବାପ୍‌ ରୁଚିଶ୍ମିତାକେ ଚିକିଛା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନା ନେଇ ନିରାଶ ହେଇଥିଲେ। ପଛେ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲର ଡାକ୍‌ତରମାନେ ରୁଚିଶ୍ମିତାର ପେଟର ଡେବ୍‌ରିଫାଲେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଥିଲେ। ହେଲେ ଏହେଦେ ରୁଚିଶ୍ମିତାର ଉଚ ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ପୂର୍ଣ୍ଣଚନ୍ଦ୍ରକଁର ପରିବାର କହେଲେ ବୁରୁଧ୍‌ ବାପ୍‌ ରୁଟୁ ମାଝି, ମା’ ଡମେନ ମାଝି, ମାଏକିନା ପୁଷ୍ପା ଆର ଦୁଇ ଝି’ କରିଶ୍ମା, ରୁଚିଶ୍ମିତାକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ଆର ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ। ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର ପେଟ୍‌କାଟି ଯେନ୍‌ ପଏସେ ଦୁଇପଏସା ରଖିଥିଲେ ସେଟା ଝି’ର ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଛନ୍‌। ଏଭେ ପରିବାର ଲୋକ୍‌ ରୁଚିଶ୍ମିତାର ଚିକିଛା ଲାଗି ବିଷମକଟକ ଡାକ୍‌ତରଖାନାକେ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ରୁଚିଶ୍ମିତାକେ କଟକ ଶିଶୁ ଭବନକେ ନେବାକେ ପରାମଶ୍‌ ଦେଇଥିଲେ। ଏନ୍‌ତାଥି ପରିବାର ଲୋକ୍‌ ଗହନାଗଁାଠି, ବାସନକୁସନ ବିକାଭଂଗା କରି ଝି’କେ ଚିକିଛା ଲାଗି କଟକ ଶିଶୁ ଭବନ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ଇଥିରଲାଗି ଲକ୍ଷାଧିକ୍‌ ଟଁକା ଦରକାର ବଲି କହେଲାରୁ ଗରିବ୍‌ ମା’ବାପ୍‌ ଉପରେ ଚଡକ୍‌ ପଡ଼ିଥିଲା। ଏତେ ଟଁକା ଠୁଲାବାରଟା ଇ ଗରିବ୍‌ ମା’ବାପ୍‌ ପକ୍ଷେ ସମ୍‌ଭବ ନୁହେ। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଇଆଡ଼େ ରୁଚିଶ୍ମିତାର ବଏସ୍‌ ବଢ଼ବାର ସଂଗେ ୨ରୁ ୩ଟା ଝାଡ଼ା ହେଇଗଲେ ସେ ନିହାଲ ହେଇଯାଉଛନ୍‌ ଆର ଅସ୍‌ତାଇ ମଲଦୁଆରୁ ରକତ୍‌ ବାହାରି ପଡ଼ୁଛେ। ରୁଚିଶ୍ମିତା ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ସେ କେହେନ୍‌ସି ପରକାର ସରକାରୀ ଯୋଜନାର ଲାଭ ନାଇଁ ପାଇପାରି। ଇଆଡ଼େ ପୂର୍ଣ୍ଣଚନ୍ଦ୍ର ଝି’ର ଚିକିଛା ସାହାଯ୍‌ ଲାଗି ବ୍ଲକନୁ ଜିଲା ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଏହେଦେ ସେ ଝି’ର ଚିକିଛା ଲାଗି ଟଁକା ପଏସା ଠୁଲାବାକେ ପୁନେ ଦାଦନ ଖଟି ଯାଇଛନ୍‌। ସେନ୍‌ତା ପୂର୍ଣ୍ଣଚନ୍ଦ୍ରକଁର ବୁରୁଧ୍‌ ମା’ବାପ୍‌କଁର ବଏସ୍‌ ୬୦ ଟପିଥିଲେ ବି ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ରୁଚିଶ୍ମିତାର ମଲଦୁଆର ଅପରେଶନ କେନ୍‌ଥେଇ ହେବା, କେନ୍‌ନୁ ଲକ୍ଷାଧିକ୍‌ ଟଁକା ଯୁଗାଡ଼ ହେବା କଥା ଭାବି ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇ ବାବ୍‌ଦେ ନର୍ଲା ବିଡିଓ ବ୍ୟାସଦେବ ବେହେରାକୁଁ ପଚରାଲାରୁ ପରିବାରକେ ଆବାସ ଯୋଜନାରେ ସାମିଲ କରବାର ସଂଗେ ରୁଚିଶ୍ମିତାର ସବୁ ଚିକିଛା ଖରଚ୍‌ ପରଶାସନ ବହନ୍‌ କରବା ବଲି ସେ କହିଥିଲେ।