ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ: ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୨।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିସତ୍। ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି କି ଜଣେ ନର୍ସ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକଶନ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତ ଚିତ୍ର ସାମ୍‌ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଖୁଣ୍ଟାପାଲି ପଞ୍ଚାୟତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ(୩୦)ଙ୍କୁ ବୁଧବାର ପରିବାର ଲୋକ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିସତ୍। ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷେତ୍ରମଣିଙ୍କର ମାନସିକ ବିକୃତି ଥିଲା। ସେ ବୁଧବାର ଦିନ ପ୍ରାୟ ୧୧ଟାରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଦିନ ୧୨ଟାରେ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟକର୍ମୀମାନେ କ୍ଷେତ୍ରମଣିଙ୍କୁ ଦେଖିଲା ପରେ ଡାକ୍ତରଖାନାର ଉପର ମହଲାକୁ ନେବାକୁ କହିଥିଲେ। ହେଲେ ସେଠାରେ କେହି ନ ଥିବାରୁ ପୁଣି ପରିବାର ଲୋକ ତାଙ୍କୁ ତଳକୁ ଆଣିଥିଲେ। ଏପରି ଉପର ତଳ ହେବାରେ ସମୟ ଅତିବାହିତ ହୋଇଥିଲା। ଫଳରେ କ୍ଷେତ୍ରମଣିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡିଥିଲା। ଏହାର କିଛି ସମୟ ପରେ ଡାକ୍ତର ପହଞ୍ଚତ୍ ଚିକିସତ୍ା ଆରମ୍ଭ କରିଥିଲେ ମଧ୍ୟ କ୍ଷେତ୍ରମଣିଙ୍କ ମୃତ୍ୟୁ ଘଟିଥିଲା। କ୍ଷେତ୍ରମଣିଙ୍କ ମୃତ୍ୟୁ ପରେ ବି ଦାୟିତ୍ୱରେ ଥିବା ନର୍ସ ଚିକିସତ୍। ଜାରି ରଖି ସାଲାଇନ୍‌ ଲଗାଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଇଞ୍ଜେକ୍‌ଶନ ଦେଇଥିଲେ । ଡାକ୍ତରଖାନାରେ ଉପସ୍ଥିତ ଥିବା ମୃତକଙ୍କ ଭାଇ ଛାତ୍ରଲାଲ୍‌ ଏ ଘଟଣା ଦେଖି ବିରୋଧ କରିବା ସହ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ କାହିଁକି ସାଲାଇନ୍‌ ଓ ଇଞ୍ଜେକ୍‌ଶନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଛାତ୍ରଲାଲ୍‌ଙ୍କୁ ସ୍ବାସ୍ଥ୍ୟ କର୍ମଚାରଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ତା’ପରେ ଚିକିସତ୍। ଛାଡ଼ି ସ୍ବାସ୍ଥ୍ୟ କର୍ମଚାରୀମାନେ ସେଠାରୁ ଚାଲି ଯାଇଥିଲେ । ଏହି ସବୁ ଘଟଣାବଳୀକୁ କେହି ଜଣେ ବ୍ୟକ୍ତି ମୋବାଇଲ ଫୋନ୍‌ରେ ରେକଡିଂ କରି ସୋସିଆଲ ମିଡିଆରେ ଅପ୍‌ଲୋଡ଼ କରିଥିଲେ। ତାହା ଭାଇରାଲ ହେବା ପରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ଚିକିସତ୍ାଳୟରେ ପହଞ୍ଚତ୍ ଖୋଲତାଡ଼ କରିଥିଲେ। ଏନେଇ ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା.ଆର୍‌.କେ. ଚୌଧୁରୀ କହିଛନ୍ତି, ବିଷକ୍ରିୟା ଯୋଗୁ ଯୁବକଙ୍କ ଛାତିରେ ପାଣି ଜମି ଯାଇଥିଲା। ଗୁରୁତର ଅବସ୍ଥାରେ ଚିକିସତ୍। କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ଚିକିସତ୍ରେ। କୌଣସି ଅବହେଳା କରାଯାଇ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri