ଝାରଖଣ୍ଡର ୧୧ ଶ୍ରମିକଙ୍କୁ ଘରକୁ ପଠାଇଥିଲେ ଗଞ୍ଜାମ ଏସ୍‌ପି: ପହଞ୍ଚିବା ପରେ ଧନ୍ୟବାଦ ମେସେଜ ପଠାଇଲେ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.): ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜ଼ିଲାଦେଇ ଜାତୀୟ ରାଜପଥରେ ୧୧ ଶ୍ରମିକ ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି ଝାରଖଣ୍ଡ ଯାଉଥିଲେ। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏହା ଦେଖିଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସେମାନେ ଆନ୍ଧ୍ରପ୍ରଦେଶରେ କାମ କରୁଥିବା ବେଳେ ଲକ୍‌ଡାଉନ ଯୋଗୁ ସେଠାରେ ଫସି ରହିଥିଲେ। ପରେ କୌଣସି ଉପାୟ ନ ପାଇ ଚାଲି ଚାଲି ଝାରଖଣ୍ଡର ଗଡ଼ବା ଜିଲାକୁ ନିଜ ଘରକୁ ଯାଉଥିଲେ। ଏହା ଜାଣିବା ପରେ ପୋଲିସ ସେମାନଙ୍କୁ ଉଦ୍ଧାରକରି ଘରକୁ ପଠାଇଥିଲା। ସେମାନେ ଘରେ ପହଞ୍ଚିବା ପରେ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ଏକ ଧନ୍ୟବାଦ ମେସେଜ ଗଞ୍ଜାମ ଏସ୍‌ପିଙ୍କ ନିକଟକୁ ଆସିଛି। ଏ ନେଇ ଏସ୍‌ପି ଟୁଇଟ କରି ଜଣାଇଛନ୍ତି।