ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗରେ ସେ ଏହି ଚିଠି ଲେଖିଥିବା ଜଣାପଡ଼ିଛି। ସେ ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ଅନୁରୋଧ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦିଆଯାଇଛି। ସେପ୍ଟେମ୍ବର ୨୦ରେ ଝାଡ଼ଖଣ୍ଡ ସରକାର ଶିକ୍ଷକ ତାଲିମ ନୋଟିଫିକେଶନ କରିଥିଲେ। ଶିକ୍ଷକଙ୍କ ତାଲିମ ନୋଟିଫିକେଶନରେ ଓ ଶିକ୍ଷକଙ୍କ ବିଷୟରେ କିଛି ନଥିଲା। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଆମେ ପଡୋଶୀ ରାଜ୍ୟକୁ ୧୬୦ ଶିକ୍ଷକ ଦେଇଛୁ। ପ୍ରତିବର୍ଷ ପଡ଼ୋଶୀ ରାଜ୍ୟକୁ ଓ ପାଠ୍ୟକ୍ରମର ବହି ମଧ୍ୟ ପଠାଉଛୁ। ଦୀର୍ଘଦିନ ଧରି ପଡ଼ୋଶୀ ରାଜ୍ୟଙ୍କ ସହ ଆମର ସୁମ୍ପର୍କ ଅଛି।

ସୂଚନାରୁ ପ୍ରକାଶ, ୨୦୧୧ ସେପ୍ଟେମ୍ବର ୧ରେ ଝାଡଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ। ହେଲେ ବିଡମ୍ବନା ହେଉଛି, ୨୦୨୧-୨୨ ଶିକ୍ଷାବର୍ଷରୁ ସେହି ମାନ୍ୟତା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ଝାଡ଼ଖଣ୍ଡ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାର ଅର୍ଥ ହେଉଛି, ଝାଡଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ମଧ୍ୟ ଓଡ଼ିଆ ଭାଷାରେ ପଢ଼ି ପାରିବେନାହିଁ। ମାନ୍ୟତା ଦେବାର ୧୦ ବର୍ଷ ପରେ ଝାଡଖଣ୍ଡ ସରକାରଙ୍କ ପୁଣି ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri