Categories: ରାଜ୍ୟ

ଝରାଫୁଲ ମୃତ୍ୟୁ ମାମଲା: ୩ ଦିନିଆ ରିମାଣ୍ଡରେ ରାକେଶ

ଭୁବନେଶ୍ୱର, ୧।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟୁନି। ତେବେ ଅଭିଯୁକ୍ତ ରାକେଶଙ୍କୁ ରିମାଣ୍ଡରେ ନେବ ଯାଜପୁର ପୋଲିସ। ରାକେଶଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଯାଜପୁର ଜିଲା ଦୌରାଜଜ୍‌ କୋର୍ଟ ପୋଲିସକୁ ଅନୁମତି ଦେଇଛି। ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଯାଜପୁର ପୋଲିସ।