Posted inଜାତୀୟ

‘ଜୟ ଶ୍ରୀରାମ’ ନାରାବାଜି ଉପରେ ଭଡ଼କିଲେ ମମତା: ଚିତ୍କାର କରି କହିଲେ, ଛାଲ ଉତାରିଦେବି

କୋଲକାତା୩୧।୫: ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ସେ ରାଲି କରୁଥିବା ଲୋକଙ୍କ ଉପରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ହୋଇଥିବା ହିଂସା ଘଟଣାର ପ୍ରତିବାଦରେ ଧାରଣା ଦେବା ପାଇଁ ଗୁରୁବାର ମମତା ନୌହାଟି ଯାଉଥିଲେ। ମମତାଙ୍କ ଗସ୍ତ ସମୟରେ ଉତ୍ତର ୨୪ ପ୍ରଗଣା ଜିଲାରେ କିଛି ଲୋକ ତାଙ୍କ ଗାଡି ସମ୍ମୁଖରେ ଆସି ‘ଜୟ ଶ୍ରୀରାମ’ର ନାରା ଦେଇଥିଲେ। ଏହି ନାରାବାଜି ଶୁଣି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ ତୁରନ୍ତ ଗାଡ଼ିରୁ ଓହ୍ଲାଇ ନାରାବାଜି କରୁଥିବା ଲୋକଙ୍କ ଉପରେ ପାଟି କରି ବିରୋଧ କରିଥିଲେ। ମମତା ଚିତ୍କାର କରି କହିଥିଲେ ଯେ, ‘ଏଠାକୁ ଆସ, ସାହସ ଅଛି ତ ସାମ୍ନାକୁ ଆସ, ମୋତେ ସାମ୍ନା କର। ବିଜେପିର ଗୁଣ୍ଡା, ଏଠାରେ ତୁମେମାନେ ଆମ ପାଇଁ ରହିଛ। ତୁମ ପରି ଲୋକଙ୍କୁ ଏଠାରୁ ବିତାଡ଼ିତ କରିପାରିବି। ତୁମେ ସମସ୍ତେ ବଦ୍‌ମାସ। ତୁମମାନଙ୍କର ସାହସ କେମିତି ହେଲା ମୋ ଗାଡ଼ି ସାମ୍ନାରେ ଆସି ନାରାବାଜି କରିବାକୁ। ମୁଁ ତୁମମାନଙ୍କର ଛାଲ ଉତାରିଦେବି ବୋଲି କହିଥିଲେ। ମୋର ସବୁ ଲୋକଙ୍କ ନାଁ ଦରକାର ଯେଉଁମାନେ ଏଠାରେ ନାରାବାଜି କରୁଥିଲେ। ପ୍ରତ୍ୟେକଙ୍କ ଘର ଯାଞ୍ଚ ହେବା ଦରକାର ବୋଲି ସେ କହିଥିଲେ। ଏହାପରେ ମମତା ଗାଡ଼ିରେ ବସିବା କ୍ଷଣି ଲୋକମାନେ ପୁଣି ଥରେ ‘ଜୟ ଶ୍ରୀରାମ’ କହି ପାଟି କରିଥିଲେ। ମମତା ପୁଣି ଗାଡ଼ିରୁ ଓହ୍ଲାଇ ବଡ଼ ପାଟିରେ କହିଥିଲେ, ‘ସାହସ ଅଛି ତ ମୋ ସାମ୍ନାକୁ ଆସ, ବଦ୍‌ମାସ। ତେବେ ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରାବାଜି କରୁଥିବା ୭ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri