ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ। ସଞ୍ଜୟ ରାସ୍ତା ଉପରେ ଠିଆହୋଇଥିବାବେଳେ ତାଙ୍କ ଶ୍ବଶୁର ସେଠାରେ ପହଞ୍ଚତ୍ ତାଙ୍କ ପେଟ ଓ ମୁଣ୍ଡକୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଗୋଡାଇବାରୁ ସେ ବିଲରେ ଦୌଡି ପଳାଇ ଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖା ହେବ ସୁଦ୍ଧା ଥାନାରେ କୌଣସି ରିପୋର୍ଟ ହୋଇ ନ ଥିବା ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି। ସଞ୍ଜୟ ଜୁନ ୩୦ରେ ତାଙ୍କ ଗ୍ରାମର ଜୟନ୍ତୀ ଗୌଡଙ୍କୁ କାଶୀ ବିଶ୍ୱନାଥ ଶୈବ ପୀଠରେ ଉଭୟ ପରିବାର ଏବଂ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ସ୍ତ୍ରୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଭଡ଼ାଘରେ ରହୁଥିଲେ। କ’ଣ ପାଇଁ ତାଙ୍କ ଶ୍ୱଶୁର ସଞ୍ଜୟଙ୍କୁ ଆକ୍ରମଣ କରିଛନ୍ତି ତାର କାରଣ ଜଣା ପଡି ନ ଥିବା ପୋଲିସ କହିଛି।