Categories: ଜାତୀୟ

ଜୈଶ୍‌ ଟାର୍ଗେଟ୍‌ରେ ମୋଦି-ଶାହ-ଡୋଭାଲ୍‌: ୩୦ ସହର ଓ ୪ ବିମାନ ବନ୍ଦର ଉପରେ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ,୨୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ଟାର୍ଗେଟ୍‌ କରିଛି। ଏନେଇ ଲକ୍ଷ୍ନୌର ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ୍‌କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ପ୍ରତିଶୋଧ ନେବା ପାଇଁ ଚିଠିରେ ଜୈଶ୍‌ ଧମକ ଦେଇଛି। ଦେଶର ଜମ୍ମୁ- ପଠାଣକୋଟ୍‌, ଅମୃତସର, ଜୟପୁର, ଗାନ୍ଧୀନଗର, କାନପୁର, ଲକ୍ଷ୍ନୌ ଆଦି ୩୦ ସହର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରାଯିବା ଲାଗି ଚିଠିରେ ଧମକ ଦିଆଯାଇଛି। ଏହା ସହିତ ଚିଠିରେ ୪ଟି ବିମାନ ବନ୍ଦର ଉପରେ ଆକ୍ରମଣ ଲାଗି ମଧ୍ୟ କୁହାଯାଇଛି। ଚିଠି ମିଳିବା ପରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share