Categories: ଜାତୀୟ

ଜେଲ୍‌ ଯିବେ ନାହିଁ ଚିଦାମ୍ବରମ

ନୂଆଦିଲ୍ଲୀ,୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟଙ୍କୁ ଅନୁରୋଧ କରିଥିଲେ କି ଚିଦାମ୍ବରଙ୍କୁ ଜେଲ୍‌ ପଠା ନ ଯାଇ ଗୃହବନ୍ଦୀ ଭାବେ ରଖାଯାଉ। ଏହାପରେ କୋର୍ଟ ଚିଦମ୍ବରମଙ୍କୁ ତଳ କୋର୍ଟରେ ଜାମିନ ଆବେଦନ ପାଇଁ କହିଛନ୍ତି। ଏହାର ଶୁଣାଣି ସୋମବାର ହିଁ ହେବ। ଯଦି ଏଠାରେ ତାଙ୍କୁ ଜାମିନ ନ ମିଳେ ତେବେ ତାଙ୍କର ରିମାଣ୍ଡ ଅବଧି ବଢାଯିବ ବୋଲି କୋର୍ଟ କହିଛନ୍ତି। ତେଣୁ ଏବେ ସେ ତିହାର ଜେଲ୍‌ ଯିବେନାହିଁ ବୋଲି ଅନୁମାନ କରାଯାଉଛି। ଏମିତି ହେଲେ ଆସନ୍ତା ୫ ତାରିଖ ଅର୍ଥାତ୍‌ ଗୁରୁବାର ପର୍ଯ୍ୟନ୍ତ ତାଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

Share