ଜେଟ୍‌ଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା:ଦକ୍ଷତା କଥା ବଖାଣିଲେ ନେତୃବୃନ୍ଦ

ଭୁବନେଶ୍ୱର,୬-୯(ବ୍ୟୁରୋ):ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କ ସ୍ମରଣରେ ଗୁରୁବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ସାର୍ବଜନୀନ ଏବଂ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ା ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ସ୍ବେଚ୍ଛାସେବୀ, ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ା ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଛନ୍ତି, କେତେ ଜଣ କୁହନ୍ତି ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ ଏବଂ କେତେଜଣ କୁହନ୍ତି ଶତ୍ରୁତା କାହିଁକି କରାଯାଉଛି। କିନ୍ତୁ ଜେଟ୍‌ଲୀ ଅଜାତଶତ୍ରୁ ଥିଲେ। ସେ ଜଣେ ସ୍ଥିରବୁଦ୍ଧି, ଆମତ୍ ବୁଦ୍ଧିମାନ୍‌ ବ୍ୟକ୍ତି ଥିଲେ। ସେ ମୋର ପ୍ରିୟ ବନ୍ଧୁ ଥିଲେ। ଯେତେବେଳେ ପ୍ରଫେସର ଥିଲି ସେତେବେଳେ ସେ ବିଶ୍ୱବିଦ୍ୟାଳୟର ସଭାପତି ହୋଇଥିଲେ। ତାଙ୍କ ସହ ମିଶି ଭୋଜନ କରିବା ସ୍ମୃତିକୁ ମନେପକାଇ ରାଜ୍ୟପାଳ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜେଟ୍‌ଲୀ ଓଡ଼ିଶାର ଜଣେ ଭଲ ବନ୍ଧୁ ଥିଲେ। ସେ ସବୁବେଳେ କହୁଥିଲେ ଓଡ଼ିଆ ଲୋକ ଟଙ୍କା ରୋଜଗାର କରିପାରିବେ ନାହିଁ। କାରଣ ଓଡ଼ିଶାରେ ବହୁ ବୁଦ୍ଧିଜୀବୀ ଲୋକ ରୁହନ୍ତି। ସେମାନେ ଡାକ୍ତର, ବୈଜ୍ଞାନିକ, ଏହା ସହ ବହୁ ବଡ଼ବଡ଼ ପଦବୀରେ ରହିପାରିବେ ମାତ୍ର ଟଙ୍କା ରୋଜଗାର କରିପାରିବେ ନାହିଁ। ନବକଳେବର ସମୟରେ ସେ ଅର୍ଥର ବ୍ୟବସ୍ଥା କରିବା ସହ ନବକଳେବର ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ଅନୁମତି ଦେଇଥିଲେ। ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତିରେ ଜେଟ୍‌ଲୀ ବଜେଟ ପାଇଁ ପାଇକ ବିଦ୍ରୋହର ସ୍ମୃତିରେ ଶଦ୍ଦ ସଂଯୋଜନା କରିଥିଲେ। ଓଡ଼ିଶାବାସୀ ଜଣେ ବନ୍ଧୁ ଏବଂ ଅଭିଭାବକଙ୍କୁ ହରାଇଲା। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ନିଜ ପାଖକୁ ନେଇଯାଆନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ା
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଭାରତର ରାଜନୀତି କ୍ଷେତ୍ରରେ ଗଣତନ୍ତ୍ର ରକ୍ଷା କରିବାରେ ଜେଟ୍‌ଲୀ ସୁପ୍ରିମକୋର୍ଟରେ ଜଣେ ଦକ୍ଷ ଆଇନଜୀବୀ ଏବଂ ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ବେଶ୍‌ ପ୍ରଭାବଶାଳୀ ଥିଲେ। ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ରାଜନୀତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ା ଦିଲ୍ଲୀରେ ଭେଟ ହେବା ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ପଚାରି ବୁଝନ୍ତି। ଜେଟ୍‌ଲୀ ଯେଉଁ ପ୍ରେରଣା ଭାରତୀୟ ଯୁବକମାନଙ୍କ ମନରେ ଦେଇଯାଇଛନ୍ତି ସେହି ରାସ୍ତାରେ ଚାଲିବାକୁ ସମସ୍ତେ ଚେଷ୍ଟା କରନ୍ତୁ ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି ା
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଜଣେ ଛାତ୍ର ନେତା, ଅଭିବକ୍ତା, ବିଚକ୍ଷଣ ଓକିଲ, କାର୍ଯ୍ୟକର୍ତ୍ତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ହିସାବରେ ଜେଟ୍‌ଲୀଙ୍କ କାର୍ଯ୍ୟ କରିବାର ଶୈଳୀ ଅତୁଳନୀୟ ଥିଲା। ସାରା ଭାରତରେ ତାଙ୍କୁ ଲୋକମାନେ ଗ୍ରହଣ କରୁଥିଲେ। ଏହାସହ ନବୀନ ପଟ୍ଟନାୟକ ତାଙ୍କ ହାତରେ ପଠାଇଥିବା ବାର୍ତ୍ତାକୁ ମଧ୍ୟ ସେ ସେଠାରେ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଜେଟ୍‌ଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ା ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି ା ସେ ଜଣେ ବରିଷ୍ଠ ଆଇନଜୀବୀ ସହ ଦକ୍ଷ ରାଜନୀତିଜ୍ଞ ଥିଲେ ା ଉଭୟ କୁଟନୀତି ଓ ରାଜନୀତିରେ ପୂରା ପାରଙ୍ଗମ ଥିଲେ ବୋଲି ସୁରେଶ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ୧୯୭୪ରେ କଂଗ୍ରେସ ସରକାର ଏବଂ ଭି.ପି ସିଂହ ସରକାର ୧୯୮୯ ଆନ୍ଦୋଳନ ସମୟରେ ଜେଟ୍‌ଲୀ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଏମ୍‌ପି ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର, ବିଧାୟକ ମୋହନ ମାଝୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଭା ଏମ୍‌ପି ରଘୁନାଥ ମାହାପାତ୍ର, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ସିପିଆଇ, ସିପିଏମ୍‌ ନେତାଙ୍କ ସହ ଅନ୍ୟମାନେ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri