Posted inଖେଳ

ଜେଟ୍‌ଲୀଙ୍କ ବିୟୋଗରେ ଶୋକାକୁଳ କ୍ରୀଡ଼ାଜଗତ

ନୂଆଦିଲ୍ଲୀ,୨୪।୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ଥାନୀୟ ଏମ୍‌ସ ମେଡିକାଲରେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମ୍ପୂର୍ଣ୍ଣ କ୍ରୀଡ଼ାଜଗତ ଶୋକାକୁଳ ହୋଇପଡ଼ିଛି। ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରୀଡ଼ାବିତ୍‌ମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। ଜେଟ୍‌ଲୀ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ଥିବାବେଳେ ବହୁ କ୍ରିକେଟରଙ୍କ ସଂସ୍ପର୍ଶରେ ଆସିଥିଲେ। ମହିଳା କୁସ୍ତିଯୋଦ୍ଧା ଗୀତା ଫୋଗଟ ଟୁଇଟରରେ ଲେଖିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେଟ୍‌ଲୀଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ସେହିଭଳି ଜେଟ୍‌ଲୀଙ୍କ ପରିବାର ସହ ମୋର ଭଲପାଇବା ଓ ସମବେଦନା ରହିଛି ବୋଲି ଭାରତୀୟ ଓପନର ଶିଖର ଧାଓ୍ବନ ଲେଖିଛନ୍ତି। ବିସିସିଆଇ କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା କଲେଜ ଦିନକୁ ମନେପକାଇ ଉଲ୍ଲେଖ କରିଛନ୍ତି। ଆମେ ଶ୍ରୀରାମ କଲେଜରେ ବାଣିଜ୍ୟ ବିଭାଗରେ ପଢ଼ୁଥିଲୁ। କଲେଜ ନିର୍ବାଚନରେ ସେ ଆମ ସଭାପତି, ମୁଁ ଜେନେରାଲ ସେକ୍ରେଟାରି ଥିଲି। ମୁଁ ତାଙ୍କ ସହ ଡିଡିସିଏରେ ମଧ୍ୟ କାର୍ଯ୍ୟ କରିଛି। କ୍ରିକେଟରେ ତାଙ୍କ ଯୋଗଦାନକୁ ସର୍ବଦା ମନେରଖାଯିବ। ଆଜି ଦେଶ ଜଣେ ମହାନ୍‌ ରାଜନେତା ଓ ମୁଁ ଜଣେ ଭଲ ବନ୍ଧୁ ହରାଇଛି ବୋଲି ଖାନ୍ନା ଲେଖିଛନ୍ତି। ଏହି ତାଲିକାରେ ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ଭିଭିଏସ୍‌ ଲକ୍ଷ୍ମଣ, କୁସ୍ତିଯୋଦ୍ଧା ବବିତା ଫୋଗଟ, ଆକାଶ ଚୋପ୍ରା, ଡିଡିସିଏ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri