ଜେଏସ୍‌ପିଏଲ୍‌ରେ ବିଶ୍ୱ ଗୁଣବତ୍ତା ଦିବସ: ନିରନ୍ତର ଉନ୍ନତି ପାଇଁ ଏକ ସୁଯୋଗ

ଅନୁଗୋଳ ଅଫିସ, ୧୫।୧୧-ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପ୍ଲାଣ୍ଟ ପରିସରରେ ଗୁରୁବାର ବିଶ୍ୱ ଗୁଣବତ୍ତା ଦିବସ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ଦାମୋଦର ମିତ୍ତଲ, ମ୍ୟାନେଜମେଣ୍ଟ ପ୍ରତିନିଧି ଖିଲାବନ ଆର. ସାହୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ କହିଥିଲେ ଯେ, ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ନିରନ୍ତର ଉନ୍ନତି ଆଣିବା ପାଇଁ ବିଶ୍ୱ ଗୁଣବତ୍ତା ଦିବସ ଏକ ସୁଯୋଗ ଦେଇଥାଏ। ଆମର ଉପଲବ୍ଧତ୍ ଓ ପ୍ରତିବଦ୍ଧତାର ଠିକ୍‌ ମୂଲ୍ୟାଙ୍କନ ଦ୍ୱାରା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ଲାଭ କରିପାରିବା ସେଥିପାଇଁ ପ୍ରୋତ୍ସାହନ ମିଳେ। ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ମିତ୍ତଲ ଯୁବ ଇଞ୍ଜିନିୟରମାନଙ୍କୁ ଗୁଣବତ୍ତା ସମ୍ପନ୍ନ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ବହୁ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶତାଧିକ କର୍ମଚାରୀ ଗୁଣବତ୍ତା ସମ୍ବନ୍ଧୀୟ ନିଜ ନିଜର ବିଚାର ତଥା ଉତ୍ପାଦ ପ୍ରଦର୍ଶିତ କରିଥିଲେ। କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ, ଲୋଗୋ ଓ ପୋଷ୍ଟର ଡିଜାଇନ୍‌, ସ୍ଲୋଗାନ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ ସହ ସଫଳ ପ୍ରତିଭାଗୀଙ୍କୁ ପୁରସ୍କୃତ କରାଯାଇଥିଲା।