ଜେଏନ୍‌ୟୁ ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧: ଜେଏନ୍‌ୟୁ କ୍ୟାମ୍ପସ୍‌ରେ ରାତି ଅନ୍ଧାରରେ ହୋଇଥିବା ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ରାତିରେ କିଛି ଦୁର୍ବୁତ୍ତ କ୍ୟାମ୍ପସ୍‌ରେ ପଶି ଭଙ୍ଗାରୁଜା କରିବା ସହିତ ଠେଙ୍ଗା ଏବଂ ଲୁହାଛଡ଼ରେ ଛାତ୍ରଙ୍କୁ ପିଟିବା ସହିତ ଛାତ୍ରୀ ହଷ୍ଟେଲରେ ପଶି ମଧ୍ୟ ଆକ୍ରମଣ କରିଥିଲେ। ଏଭଳି ଘଟଣାକୁ ବିରୋଧ କରି ପୁଣେର ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାନ, ବମ୍ବେ ଆଇଆଇଟି, ଯାଦବପୁର ବିଶ୍ୱବିଦ୍ୟାଳୟ, ଆଲିଗଡ଼ ବିଶ୍ୱବିଦ୍ୟାଳୟ ଆଦି ଠାରେ ଛାତ୍ରୀଛାତ୍ରମାନେ ପ୍ରଦର୍ଶନ କରିବା ସହିତ ଏହି ଘଟଣାର ନିନ୍ଦା କରିଛନ୍ତି।

Share