Categories: ଜାତୀୟ

ଜେଏନ୍‌ୟୁ ହିଂସା: ଅଭିଯୁକ୍ତଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ତଲବ; ସୋମବାର ହେବେ ହାଜର

ନୂଆଦିଲ୍ଲୀ,୧୨।୧: ଜେଏନ୍‌ୟୁରେ ଘଟିଥିବା ହିଂସାରେ ଚିହ୍ନଟ ହୋଇଥିବା ୯ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ହାଜର ହେବା ପାଇଁ ତଲବ କରାଯାଇଛି। ସେମାନେ ସୋମବାର ସ୍ଥାନୀୟ କମଳା ମାକେର୍ଟ ସ୍ଥିତ କ୍ରାଇମ୍‌ ବ୍ରାଞ୍ଚ୍‌ର ଏସ୍‌ଆଇଟି କାର୍ଯ୍ୟାଳୟରେ ହାଜର ହେବେ। ଅଭିଯୁକ୍ତଙ୍କ ମଧ୍ୟରେ କିଛି ଛାତ୍ରୀ ମଧ୍ୟ ରହିଛନ୍ତି। ସେମାନଙ୍କୁ ପଚରାଉଚରା ଲାଗି ସ୍ଥାନ ଚୟନ କରିବାକୁ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ କୁହାଯାଇଛି। ପଚରାଉଚରାରେ ଉପସ୍ଥିତ ହୋଇ ନ ଥିବା ଅଭିଯୁକ୍ତଙ୍କୁ ଦ୍ୱିତୀୟ ଥର ପାଇଁ ମଧ୍ୟ ନୋଟିସ୍‌ ଜାରି କରାଯିବ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପଚରାଉଚରା ଶେଷ ହେବା ପରେ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ର ଅନ୍ୟ ୩୭ ଛାତ୍ରଙ୍କ ପାଖକୁ ମଧ୍ୟ ନୋଟିସ୍‌ ପଠାଯିବ।

Share