Categories: ଜାତୀୟ

ଜେଏନ୍‌ୟୁର ମୁଖାପିନ୍ଧା ଆକ୍ରମଣକାରୀ ଏବିଭିପି ସମର୍ଥକ: ଆକ୍ରମଣ ପୂର୍ବରୁ ଏବଂ ପରେ ଲିଭାଯାଇଥିଲା ଷ୍ଟ୍ରିଟ୍‌ ଲାଇଟ୍‌ !

ନୂଆଦିଲ୍ଲୀ, ୧୧।୧: ଜେଏନ୍‌ୟୁରେ ଜାନୁୟାରୀ ୫ରେ ରାତି ଅନ୍ଧାରରେ କ୍ୟାମ୍ପସ୍‌ରେ ପଶି କିଛି ଦୁର୍ବୃତ୍ତ ଗୁଣ୍ଡାରାଜ ଚଳାଇଥିଲେ। ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କୁ ନିସ୍ତୁକ ପିଟି ଥିବା ସମସ୍ତ ଦୁର୍ବୃତ୍ତ ଏବିଭିପି ସମର୍ଥକ ବୋଲି କିଛି ଗଣମାଧ୍ୟମ ସଂସ୍ଥାର ପକ୍ଷରୁ କରାଯାଇଥିବା ଅଣ୍ଡର କଭର ଷ୍ଟ୍ରିଙ୍ଗ ଅପରେଶନ୍‌ରୁ ଜଣାପଡ଼ିଥିବା କୁହାଯାଉଛି। ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ରେ ଫ୍ରେଞ୍ଚ୍‌ ଡିଗ୍ରୀ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର ଅକ୍ଷତ ଅଓ୍ବସ୍ତି ନିଜକୁ ଏବିଭିପି କର୍ମୀ ବୋଲି ସ୍ବୀକାର କରିଥିଲେ। ଘଟଣା ଦିନ ୨୦ରୁ ଅଧିକ ଏବିଭିପି ସମର୍ଥକ କ୍ୟାମ୍ପସ୍‌ରେ ପଶିଥିଲେ। ଆକ୍ରମଣ ପୂର୍ବରୁ ଏବଂ ପରେ କ୍ୟାମ୍ପସ୍‌ର ଷ୍ଟ୍ରିଟ୍‌ ଲାଇଟ୍‌କୁ ଲିଭାଯାଇଥିଲା ବୋଲି ସେ କରିଥିଲେ। ତେବେ ଏବେ ଅକ୍ଷତ ପୂର୍ବରୁ ନିଜେ ସ୍ବୀକାର କରିଥିବା କଥାକୁ ଅସ୍ବୀକାର କରିଥିବା କୁହାଯାଉଛି। ସେ ଏବିଭିପିର କର୍ମୀ ନୁହଁନ୍ତି। ସେ ସଂଗଠନକୁ ଜାଣି ନ ଥିବା ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ ପରେ କହିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share