ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଅନ୍‌ଲକ୍‌-୧ ଗାଇଡ୍‌ଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଜୁନ୍‌ ୧୭ ପରିବର୍ତ୍ତେ ଜୁଲାଇରେ ସ୍କୁଲ ଖୋଲିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ତେବେ ଜୁଲାଇ ୩୧ ପର୍ଯ୍ୟନ୍ତ କୌଣସି ସ୍କୁଲ, କଲେଜ ସମେତ କୋଚିଂ ସେଣ୍ଟର ଖୋଲିପାରିବ ନାହିଁ ବୋଲି ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।