ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍‌ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର

କଟକ ଅଫିସ,୧୨।୫: ଆସନ୍ତା ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ
ମହମ୍ମଦ ରଫିକ ଏବଂ ଜଷ୍ଟିସ ଏସ୍‌କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ରଥ ନିର୍ମାଣକୁ ନେଇ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା।