ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି, ଯାହା ମାର୍ଚ୍ଚ ୨୪ ତାରିଖ ପରେ ସମାପ୍ତ ହେଉଛି, ସେହି ନିର୍ଦ୍ଦେଶଗୁଡ଼ିକ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ଗୁରୁତର ଅଭିଯୋଗ ନ ଥିଲେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତରବର ନ ହେଉ। ଯେଉଁ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା ୭ବର୍ଷ କିମ୍ବା ତା’ଠାରୁ ଅଧିକ ଥିବ, କେବଳ ସେହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ଜାମିନ୍‌, ଆଗୁଆ ଜାମିନ, ପାରୋଲ୍‌, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ ଏବଂ ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଇନ୍‌ଜୀବୀ ବିଜୟ କୁମାର ରାଗଡ଼ାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏହି ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି, କେନ୍ଦ୍ର ସରକାରଙ୍କ ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଏ.କେ. ବୋଷ ପ୍ରମୁଖ ଉପସ୍ଥିତ ଥିଲେ।
ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏବେ କୋର୍ଟଗୁଡ଼ିକ ବନ୍ଦ ରହିଛି। ବିଚାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଆଇନ୍‌ସେବା ପାଇଁ ଅନେକ ଲୋକ କୋର୍ଟ ଆସିପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସମ୍ବିଧାନ ଦ୍ୱାରା ଦିଆଯାଇଥିବା କେତେକ ସ୍ବତନ୍ତ୍ର କ୍ଷମତାକୁ ହାଇକୋର୍ଟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ କିମ୍ବା ଏହା ଅଧୀନ ସମସ୍ତ କୋର୍ଟ ଯେଉଁ ସବୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଲକ୍‌ଡାଉନ୍‌ ଆରମ୍ଭ (ମାର୍ଚ୍ଚ ୨୪ ତାରିଖ) ପରେ ସମାପ୍ତ ହେଉଛି କିମ୍ବା ପକ୍ଷଭୁକ୍ତଙ୍କୁ ନିଜର ପକ୍ଷ ରଖିବା ପାଇଁ କୁହାଯାଇଛି, ସେଗୁଡ଼ିକର ଅବଧି ଜୁନ୍‌ ୧୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜବରଦଖଲ ଉଚ୍ଛେଦ, ସମ୍ପତ୍ତିରୁ ବେଦଖଲ ନେଇ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ଜୁନ୍‌ ୧୮ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ମଞ୍ଜୁର ଆଗୁଆ ଜାମିନ୍‌ର ଅବଧି ମଧ୍ୟ ଜୁନ୍‌ ୧୮ ଯାଏ ବୃଦ୍ଧି କରାଯାଇଛି। କିନ୍ତୁ ଯଦି କୌଣସି ଜାମିନ୍‌ପ୍ରାପ୍ତ ବ୍ୟକ୍ତି ବିଶୃଙ୍ଖଳା କରୁଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଏ ତେବେ ତାହାର ବିଚାର କରାଯିବ। ସେହିଭଳି ଅନ୍ତରୀଣ ଜାମିନ୍‌ଗୁଡ଼ିକର ଅବଧିକୁ ଜୁନ୍‌ ୧୮ ଯାଏ ବୃଦ୍ଧି କରାଯାଇଛି। କିନ୍ତୁ ଅଭିଯୁକ୍ତ କୌଣସି ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି ଏବଂ କୋର୍ଟ ପରିସୀମା ଭିତରେ ରହିଛନ୍ତି ବୋଲି ତାଙ୍କ ଓକିଲଙ୍କ ପକ୍ଷରୁ ପ୍ରତି ୧୦ ଦିନରେ ଥରେ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ହେବ। କୋର୍ଟ ପକ୍ଷରୁ ଦିଆଯାଇଥିବା ପାରୋଲ୍‌ ଅବଧିକୁ ମଧ୍ୟ ଜୁନ୍‌ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେବଳ ଗୁରୁତର ଅଭିଯୋଗ ଥିଲେ କିମ୍ବା ଆଇନ୍‌ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଉ। କିନ୍ତୁ ଯେଉଁ ଅପରାଧରେ ଦଣ୍ଡ ୭ବର୍ଷ କିମ୍ବା ତା’ଠୁ ଅଧିକ ଥିବ, ସେହି ମାମଲାଗୁଡ଼ିକରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ। ଏଭଳି ନିର୍ଦ୍ଦେଶ ଦ୍ୱାରା ପୋଲିସର କ୍ଷମତା ହ୍ରାସ କରିବାର ଲକ୍ଷ୍ୟ ନୁହେଁ, ବରଂ ପରିସ୍ଥିତିର ଆବଶ୍ୟକତାକୁ ଦେଖି ନିର୍ଦ୍ଦେଶ ଦିଆଯାଇଛି। କୌଣସି ବ୍ୟକ୍ତିଙ୍କ ଦଖଲରେ ଥିବା ସମ୍ପତ୍ତି କିମ୍ବା ଜାଗାରୁ ରାଜ୍ୟ ସରକାର କିମ୍ବା ସରକାରଙ୍କ କୌଣସି ବିଭାଗ, ପୌର ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକ ପକ୍ଷରୁ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ କିମ୍ବା ବାଜ୍ୟାପ୍ତି କରିପାରିବେ ନାହିଁ। ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥତ୍କ କାରବାର କରୁଥିବା ସଂସ୍ଥା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ସମ୍ପତ୍ତିକୁ ନିଲାମ୍‌ କରିପାରିବେ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri