ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି, ଯାହା ମାର୍ଚ୍ଚ ୨୪ ତାରିଖ ପରେ ସମାପ୍ତ ହେଉଛି, ସେହି ନିର୍ଦ୍ଦେଶଗୁଡ଼ିକ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ଗୁରୁତର ଅଭିଯୋଗ ନ ଥିଲେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତରବର ନ ହେଉ। ଯେଉଁ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା ୭ବର୍ଷ କିମ୍ବା ତା’ଠାରୁ ଅଧିକ ଥିବ, କେବଳ ସେହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ଜାମିନ୍‌, ଆଗୁଆ ଜାମିନ, ପାରୋଲ୍‌, ଜବରଦଖଲ ଉଚ୍ଛେଦ ଓ ସମ୍ପତ୍ତି ନିଲାମ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ ଏବଂ ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଇନ୍‌ଜୀବୀ ବିଜୟ କୁମାର ରାଗଡ଼ାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏହି ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି, କେନ୍ଦ୍ର ସରକାରଙ୍କ ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଏ.କେ. ବୋଷ ପ୍ରମୁଖ ଉପସ୍ଥିତ ଥିଲେ।
ହାଇକୋର୍ଟ ନିର୍ଦ୍ଦେଶରେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏବେ କୋର୍ଟଗୁଡ଼ିକ ବନ୍ଦ ରହିଛି। ବିଚାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଆଇନ୍‌ସେବା ପାଇଁ ଅନେକ ଲୋକ କୋର୍ଟ ଆସିପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସମ୍ବିଧାନ ଦ୍ୱାରା ଦିଆଯାଇଥିବା କେତେକ ସ୍ବତନ୍ତ୍ର କ୍ଷମତାକୁ ହାଇକୋର୍ଟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ କିମ୍ବା ଏହା ଅଧୀନ ସମସ୍ତ କୋର୍ଟ ଯେଉଁ ସବୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଲକ୍‌ଡାଉନ୍‌ ଆରମ୍ଭ (ମାର୍ଚ୍ଚ ୨୪ ତାରିଖ) ପରେ ସମାପ୍ତ ହେଉଛି କିମ୍ବା ପକ୍ଷଭୁକ୍ତଙ୍କୁ ନିଜର ପକ୍ଷ ରଖିବା ପାଇଁ କୁହାଯାଇଛି, ସେଗୁଡ଼ିକର ଅବଧି ଜୁନ୍‌ ୧୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜବରଦଖଲ ଉଚ୍ଛେଦ, ସମ୍ପତ୍ତିରୁ ବେଦଖଲ ନେଇ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ଜୁନ୍‌ ୧୮ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ମଞ୍ଜୁର ଆଗୁଆ ଜାମିନ୍‌ର ଅବଧି ମଧ୍ୟ ଜୁନ୍‌ ୧୮ ଯାଏ ବୃଦ୍ଧି କରାଯାଇଛି। କିନ୍ତୁ ଯଦି କୌଣସି ଜାମିନ୍‌ପ୍ରାପ୍ତ ବ୍ୟକ୍ତି ବିଶୃଙ୍ଖଳା କରୁଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଏ ତେବେ ତାହାର ବିଚାର କରାଯିବ। ସେହିଭଳି ଅନ୍ତରୀଣ ଜାମିନ୍‌ଗୁଡ଼ିକର ଅବଧିକୁ ଜୁନ୍‌ ୧୮ ଯାଏ ବୃଦ୍ଧି କରାଯାଇଛି। କିନ୍ତୁ ଅଭିଯୁକ୍ତ କୌଣସି ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି ଏବଂ କୋର୍ଟ ପରିସୀମା ଭିତରେ ରହିଛନ୍ତି ବୋଲି ତାଙ୍କ ଓକିଲଙ୍କ ପକ୍ଷରୁ ପ୍ରତି ୧୦ ଦିନରେ ଥରେ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ହେବ। କୋର୍ଟ ପକ୍ଷରୁ ଦିଆଯାଇଥିବା ପାରୋଲ୍‌ ଅବଧିକୁ ମଧ୍ୟ ଜୁନ୍‌ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେବଳ ଗୁରୁତର ଅଭିଯୋଗ ଥିଲେ କିମ୍ବା ଆଇନ୍‌ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଉ। କିନ୍ତୁ ଯେଉଁ ଅପରାଧରେ ଦଣ୍ଡ ୭ବର୍ଷ କିମ୍ବା ତା’ଠୁ ଅଧିକ ଥିବ, ସେହି ମାମଲାଗୁଡ଼ିକରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ। ଏଭଳି ନିର୍ଦ୍ଦେଶ ଦ୍ୱାରା ପୋଲିସର କ୍ଷମତା ହ୍ରାସ କରିବାର ଲକ୍ଷ୍ୟ ନୁହେଁ, ବରଂ ପରିସ୍ଥିତିର ଆବଶ୍ୟକତାକୁ ଦେଖି ନିର୍ଦ୍ଦେଶ ଦିଆଯାଇଛି। କୌଣସି ବ୍ୟକ୍ତିଙ୍କ ଦଖଲରେ ଥିବା ସମ୍ପତ୍ତି କିମ୍ବା ଜାଗାରୁ ରାଜ୍ୟ ସରକାର କିମ୍ବା ସରକାରଙ୍କ କୌଣସି ବିଭାଗ, ପୌର ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକ ପକ୍ଷରୁ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ କିମ୍ବା ବାଜ୍ୟାପ୍ତି କରିପାରିବେ ନାହିଁ। ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥତ୍କ କାରବାର କରୁଥିବା ସଂସ୍ଥା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ସମ୍ପତ୍ତିକୁ ନିଲାମ୍‌ କରିପାରିବେ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri