ଜୁନ୍‌ ୩୦ ଯାଏ ମଲ୍‌, ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍‌ ୩୦ ଯାଏ ସପିଂ ମଲ୍‌ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ରହିବା ନେଇ ଘୋଷଣା କରିଛନ୍ତି। ଏହି ସମୟରେ ସିନେମା ହଲ, ଜିମ୍‌ ଓ ସୁଇମିଂ ପୁଲ ମଧ୍ୟ ଖୋଲିବ ନାହିଁ।
ସେହିପରି ୩୦ ପ୍ରତିଶତ କ୍ଷମତା ନେଇ ହୋଟେଲ ଖୋଲାଯାଇପାରିବ। ଏହି ସମୟରେ କୌଣସି ପ୍ରକାରର ସଭା, ସମିତି କରିହେବ ନାହିଁ। ଅନ୍‌ଲକ୍‌-୧ ଗାଇଡ୍‌ଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।