ଜୁନ୍‌ ଚତୁର୍ଥ ପର୍ଯ୍ୟାୟର ସମୟ; ଜୀବିକାକୁ ରକ୍ଷା କରିବା ବେଳେ ଦେଖାଦେଇଛି ଅନୁଶାସନ କୋହଳର ଭୟ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ଶ୍ରମିକମାନେ ଭାରତର ଅଧିକ ସଂକ୍ରମଣ ହୋଇଥିବା ରାଜ୍ୟମାନଙ୍କରୁ ଫେରିଥିଲେ। ଏମାନଙ୍କୁ ୬୭୯୮ ପଞ୍ଚାୟତରେ ୧୬୭୬୦ଟି ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇ ରଖାଯାଇଥିଲା। ଗତ ୩ ମାସ ମଧ୍ୟରେ ଓଡ଼ିଶାରେ ୯୫% ସଂକ୍ରମିତ ବ୍ୟକ୍ତିଙ୍କୁ ସଂଗରୋଧରେ ହିଁ ପରୀକ୍ଷା କରାଯାଇ ଚିହ୍ନଟ କରାଯାଇଛି। ଏବେ ଆସୁଛି ଜୁନ୍‌ ମାସ। ଚତୁର୍ଥ ପର୍ଯ୍ୟାୟର ସମୟ। ଏହା ହିଁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ପର୍ଯ୍ୟାୟଟି ସବୁଠାରୁ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତାର ମୂଳରେ ରହିଛି ଏକ ବିରାଟ ଦ୍ୱନ୍ଦ୍ୱ। ସେଇଟି ହେଲା ଜୀବନ ରହିବ ନା ଜୀବିକା ରହିବ? ଜୀବନକୁ ରକ୍ଷା କରିବାକୁ ହେଲେ ଜୀବିକାକୁ ବଞ୍ଚାଇବାକୁ ପଡ଼ିବ। ଅଥଚ ଜୀବିକାକୁ ସାଧାରଣ ପରିସ୍ଥିତିକୁ ନେଇ ଆସିଲେ ବ୍ୟକ୍ତି ଓ ଗୋଷ୍ଠୀସ୍ତରରେ ଅନୁଶାସନ କୋହଳର ଭୟ ରହିଛି। ଏଭଳି ପରିସ୍ଥିତିରେ କରୋନା ଭୁତାଣୁ ଜଙ୍ଗଲର ମଣିଷଖିଆ ବାଘ ପରି ସନ୍ତର୍ପଣରେ ଆସି ତାର ଶିକାରକୁ ବିସ୍ଫୋରଣର ବଳ ଦେଇ କାବୁ କରିପାରେ। ଏଣୁ ସମସ୍ତଙ୍କୁ ଜୀବନ-ଜୀବିକାର ଦ୍ୱନ୍ଦ୍ୱକୁ ବାସ୍ତବିକତାର ସହ ଗ୍ରହଣ କରିବାକୁ ପଡ଼ିବ। ନିଜକୁ, ନିଜ ପରିବାରକୁ , ନିଜ ସମାଜକୁ ଆସନ୍ନ ବିପଦରୁ ନିରାପଦ ସ୍ଥାନକୁ ନେବାକୁ ହେବ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁବତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନା ବ୍ୟାପିବାର ପ୍ରଥମ ଦୁଇମାସରେ ଆମେରିକାରେ ୧୩,୮୯୮ଜଣ ଆକ୍ରାନ୍ତ ହୋଇଥିଲେ। ହେଲେ ଏହାର ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇ ୨,୮୩,୪୭୭ ହୋଇଥିଲା।ସେହିଭଳି ଭାରତରେ ପ୍ରଥମ ୬୦ ଦିନରେ ଆକ୍ରାନ୍ତ ସଂଖ୍ୟା ଥିଲା ୧୦୨୪ଜଣ। ଏହାର ୧୫ ଦିନ ପରେ ସଂଖ୍ୟା ୧୦ଗୁଣ ବଢ଼ି କରୋନା ସଂକ୍ରମିତ ୧୦୪୫୩ ହୋଇଥିଲା। ଶନିବାର ଦିନ ୧୨ଟା ସୁଦ୍ଧା ଆମେରିକାରେ ୧୯ ଲକ୍ଷ ୬୫ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭାରତରେ ସଂଖ୍ୟା ୨ ଲକ୍ଷ ୩୬ହଜାରରୁ ଅଧିକ ରହିଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ଭାରତ ୬ଷ୍ଠ ସ୍ଥାନରେ ପହଞ୍ଚିଲାଣି। ବନ୍ଧ ଭାଙ୍ଗି ବଢ଼ି ପାଣି ମାଡ଼ି ଆସିବା ଭଳି ଅବସ୍ଥାରେ ଭାରତରେ ରହିଛି। ପ୍ରବୀଣମାନଙ୍କ ମତରେ ଜୁନ ମଝିରୁ ଜୁଲାଇ ମଝି ସମୟ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଏଠାରେ ବିସ୍ଫୋରଣର ଆକାର ଗ୍ରହଣ କରିବାର ସମ୍ଭାବନା ଅଧିକ। ଭାରତର ୧୦୦ ଜିଲାରେ ୧୦୦% କରୋନା ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶାରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୀବନ ଏବଂ ଜୀବିକାକୁ ସମନ୍ବିତ କରିବା ପାଇଁ ବିମାନ, ବସ, ରେଳ ଚଳାଚଳ ଆରମ୍ଭ ହୋଇଛି। ଅର୍ଥନୀତିକୁ ସଜାଡ଼ିବାକୁ ଯାଇ ଚାଷ, କଳକାରଖାନାକୁ ପୂର୍ବପରି କରିବାକୁ ହେଲେ ସଚେତନ ରହିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri