ଓଡ଼ିଶା ପାଇଁ ଜୁନ୍‌ ନିର୍ଣ୍ଣାୟକ ମାସ, ଘାଟି ଡେଇଁଗଲେ ବିପଦ କମିଯିବ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଶା ପାଇଁ ଜୁନ୍‌ ମାସ ନିର୍ଣ୍ଣାୟକ ମାସ। ଏହା ପଛରେ ଦୁଇଟି କାରଣ ରହିଛି। ଗତ କିଛି ସପ୍ତାହରେ ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ଉପରେ କରୋନାର ପ୍ରଭାବ ପଡ଼ିଛି କି ନାହିଁ ତାହା ଆଉ ୧୫ ଦିନ ମଧ୍ୟରେ ଜଣାପଡ଼ିବ। ସେହି ଘାଟି ଡେଇଁଗଲେ ସମସ୍ତଙ୍କର ଉପରେ ବିପଦ ଅପେକ୍ଷାକୃତ ଭାବେ କମିଯିବ। ଦ୍ୱିତୀୟଟି ହେଲା ମୌସୁମୀ। ଅଳ୍ପ ଦିନ ମଧ୍ୟରେ ମୌସୁମୀ ଆସିବ। ଲଗାତାର ବର୍ଷାରେ ସମସ୍ତଙ୍କ ପାଇଁ ଥଣ୍ଡା, ଜ୍ୱରର ସମ୍ଭାବନା ରହିବ। ବାଦଲ ବର୍ଷାରେ ପାଣି କାଦୁଅରେ ବୁଲିଲେ ମାସ୍କ ହେଉ ଅବା ସାମାଜିକ ଦୂରତ୍ୱ କୁ ସାବଧାନତା ପାଣିରେ ଧୋଇହୋଇଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ମାସରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ସୁବତୋ ବାଗ୍‌ଚୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଜୁନ୍‌ ମାସର ଆସନ୍ନ ପରିସ୍ଥିତି ବିଷୟରେ ଜାଣିରଖନ୍ତୁ। ମାର୍ଚ୍ଚ ୧୩ ୨୦୨୦ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କୋଭିଡ-୧୯ ବିଷୟରେ ପ୍ରଥମଥର ପାଇଁ ସୂଚିତ କରିଥିଲେ। ଅଧିକାଂଶ ଲୋକଙ୍କର ଏ ବିଷୟରେ କିଛି ଧାରଣା ନ ଥିଲା। ଓଡ଼ିଶାରେ ସେତେବେଳେ କେହି କରୋନା ଆକ୍ରାନ୍ତ ନ ଥିଲେ। ହେଲେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୨। ରାଜ୍ୟରେ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇ ନମୁନା ପରୀକ୍ଷଣ ଆରମ୍ଭ ହୋଇଥିଲା। ଜିଲାରେ କୋଭିଡ ଡାକ୍ତରଖାନା ପ୍ରସ୍ତୁତ କରାଗଲା। ବିପୁଳ ପରିମାଣର ସାଜ ସରଞ୍ଜାମ ପ୍ରସ୍ତୁତ କରିବାର କାର୍ଯ୍ୟ କରାଗଲା। ଏଥିସହ ମାନବସମ୍ବଳ ପ୍ରସ୍ତୁତ କରାଯାଇଥିଲା।

ଆରମ୍ଭରୁ କରୋନା ବିଷୟରେ ୪ଟି କଥା ଜଣାଥିଲା। ପ୍ରଥମଟି ହେଲା କରୋନାର ପ୍ରତିରୋଧ ଅଛି, ପ୍ରତିଶେଧକ ନାହିଁ। କରୋନା ନିମୋନିଆ ଭଳି ରୋଗ ହେଲେ ବି, ବ୍ୟାପିବା ବେଳେ ବିସ୍ଫୋରଣର ଆକାର ନେଉଛି। କରୋନାରେ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାର ସର୍ବାଧିକ ଭୟ ରହୁଛି। ବିଶେଷକରି ବୟସାଧିକ ବ୍ୟକ୍ତିମାନଙ୍କଠାରେ ଅନ୍ୟାନ୍ୟ ଅସୁସ୍ଥତାର ଲକ୍ଷଣ ଥିଲେ ଏହାର ସମ୍ଭାବନା ଅଧିକ। ଶେଷରେ ସ୍ବଚ୍ଛତା, ସାମାଜିକ ଦୂରତ୍ୱ ଏବଂ ସଂଗରୋଧ ଜରିଆରେ ନିଜକୁ କିମ୍ବା ଘରେ ଥିବା ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମା ଏବଂ ଶିଶୁମାନଙ୍କୁ ବଞ୍ଚାଇପାରିବା। ସରକାର ପ୍ରଥମ ପର୍ଯ୍ୟାୟରେ ୮ ସହର ଓ ୫ ଜିଲାରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ବୋଲି ବାଗ୍‌ଚୀ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?