ଜୁନାଗଡ ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ

ଜୁନାଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରସ୍ଥିତ ସଂସ୍କୃତି ଭବନଠାରେ ଜୁନାଗଡ ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଲଙ୍କେଶ୍ୱରୀ ବାଳିକା ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକମାନେ ଯୋଗଦେଇଥିଲେ। ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପୀନାଥ ମଣିପାତ୍ର, ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ କିପରି ପ୍ରତିହତ କରି ହେବ ତଥା ସୁରକ୍ଷା ବ୍ୟବସ୍ଥା କିପରି କଡାକଡି ହେବ ସେ ନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ସେହିପରି ଶିଶୁ ଚାଲାଣ, ଶିଶୁ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥାକୁ କିପରି ରୋକାଯାଇ ପାରିବ ତାହା ଉପରେ ଆଲୋକପାତ କରାଯାଇଥିଲା। ଯଦି କୌଣସି ସ୍ଥାନରୁ ଏପରି ଖବର ଆସେ ତାହା ହେଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ଏପରି ହେଲେ ଅନେକ ସ୍ଥାନରେ ଶିଶୁମାନଙ୍କ ପ୍ରତି ଘଟୁଥିବା ନିର୍ଯାତନାକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଖବିନ୍ଦର ସିଂ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ଜୀବନ ଗଲା

କେସିଙ୍ଗା,୨୭ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର ପାଳେଶ୍ୱର କୁମାର(୬୫)ଙ୍କ ଟ୍ରେନ୍‌ ଧକ୍କାରେ ବୁଧବାର ମୃତ୍ୟୁ ଘଟିଛି। ପାଳେଶ୍ୱର କୁମାରଙ୍କ ଝିଅ ନାତିର...

ପୂର୍ବତନ ବିଜେଡି ବିଧାୟକ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କର୍ଲାମୁଣ୍ଡା,୨୭।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନରେ ଏବେ ନୂଆମୋଡ଼ ନେଇଛି। ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଜେଡି ବିଧାୟକ ଧନେଶ୍ୱର ମାଝୀ ବିଜେଡିର...

ଅବଧି ସରିଲା, ପୋଲ ନିର୍ମାଣ ସରିଲାନି

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬...

୫-ଟି ବିଲ୍‌ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା...

ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ

ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri