ଜୁନାଗଡ଼- ଭୁବନେଶର ଏକ୍ସପ୍ରେସ ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ:ଅନଶନରେ ବସିଲେ ଯୁବ ବିକାଶ ପରିଷଦ ସଦସ୍ୟ

ରାୟଗଡ଼ା ଅଫିସ ,୨୯।୯- ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରାଯାଇଛି ା ଏହାର ପ୍ରତିବାଦରେ ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ା ଷ୍ଟେଶନ ପରିସରରେ ରବିବାର ୧୨ ଘଣ୍ଟିଆ ଅନଶନ କରାଯାଇଛି ା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିଜ ରାଜନୈତିକ ଫାଇଦା ପାଇଁ ଏକ ଆଞ୍ଚଳିକ ବିଭାଜନ ଭଳି ହୀନ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବ ବିକାଶ ପକ୍ଷରୁ କୁହାଯାଇଛି ା ଏହି ଅନଶନକୁ ରାୟଗଡ଼ାବାସୀ ସମର୍ଥନ କରିଛନ୍ତି। ଆଗାମୀ ୨୦ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଜିଲାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ା
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେସିଙ୍ଗା ସିଟିଜେନ ଫୋରମଠାରୁ ଏକ ପତ୍ର ପାଇଥିଲେ ା ଉକ୍ତ ପତ୍ରକୁ ଆଧାର କରି ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ପଥ ପରିବର୍ତ୍ତନ କରି ଭାୟା କେସିଙ୍ଗା ,ଟିଟଲାଗଡ଼ ଓ ସମ୍ବଲପୁର ଦେଇ ଭୁବନେଶ୍ୱର ଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖିଥିଲେ ା ରାୟଗଡ଼ା ଜିଲାବାସୀଙ୍କୁ ଭୁବନେଶ୍ୱର ଗମନାଗମନ ସୁବିଧାରୁ ବଞ୍ଚିତ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଯୁବ ବିକାଶ ତରଫରୁ କୁହାଯାଇଛି ା ପୁଣି ଏହି ବିଷୟକୁ ଆଧାର କରି ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ ଓ ଯୁବ ବିକାଶ ପରିଷଦ ପୂର୍ବରୁ ରେଳ ମନ୍ତ୍ରୀଙ୍କୁ ଦୁଇଟି ପତ୍ର ପ୍ରଦାନ କରିଥିଲେ। ବିକାଶ ପରିଷଦ ତରଫରୁ ରାୟଗଡ଼ା ଷ୍ଟେଷନ ମାଷ୍ଟର ପି.ସି ସେଠୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଅନଶନରେ ସଭାପତି ଶୀବାଜୀ ଦାସ, ଗୋପୀନାଥ ଗୌଡ଼, ଗୌର ଚନ୍ଦ୍ର ସାରକା, ଶିବ ପ୍ରସାଦ ପାଢ଼ୀ, ଦିବାକର ଗୈାଡ଼, ରାଜକିଶୋର ବିରୋ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଆବାହକ ନୃସିଂହ ନାଥ ପାଢ଼ୀ , ବରିଷ୍ଠ ଆଇନଜୀବୀ କେଦାର ପଣ୍ଡା , ପ୍ରଭାକର ଦୋରା, ନାଗରିକ ମଞ୍ଚର ଅଜୟ ରଥ, ସାମ୍ବାଦିକ ସଂଘର ସଦସ୍ୟଙ୍କ ସମେତ ଜିଲାର ଶତାଧିକ ବୃଦ୍ଧିଜୀବୀ ଉପସ୍ଥିିତ ଥିଲେ।