ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଜୁଆଡ଼ି ଗିରଫ, ୮୫ ହଜାର ୫୦୦ ଟଙ୍କା ଜବତ

ଛତ୍ରପୁର, ୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହାପରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ନେତୃତ୍ୱରେ ଚମାଖଣ୍ଡି ପୋଲିସର ଏକ ଟିମ୍‌ ସେଠାରେ ଚଢ଼ାଉକରି ୮୫ ହଜାର ୫୦୦ଟଙ୍କା ଜବତ କରିବା ସହ ୯ ଜୁଆଡିକୁ ଗିରଫ କରିଛନ୍ତି। ଏଥିସହ ୧୭ଟି ଗାଡି ଓ ୧୦ଟି ମୋବାଇଲ ଫୋନ୍‌ ଜବତ କରାଯାଇଥିବା ଜଣାପଡ଼ିଛି।