ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଉକ୍ତ ଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜୁଆ ସାମଗ୍ରୀ ସହ ୫ହଜାର ୨ଶହ ଟଙ୍କା ଓ ୨ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ଥାନାରେ ମାମଲା (ନଂ. ୨୪୩/୧୯) ରୁଜୁ କରାଯାଇ ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୋଳାପୋଲ ଅଞ୍ଚଳର ଏସ୍‌କେ ସେଖାୱତ ଖାନ୍‌ (୨୦), ଏସ୍‌କେ ସାରୁକ (୨୫), ଜୁମାନ ମଲ୍ଲିକ (୨୨), ସମାଉନ ମଲ୍ଲିକ (୨୧), ଏସ୍‌କେ ରବି (୨୦), ଏସ୍‌କେ ହବିବୁଲ (୧୮)। ଏମାନଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ରହିଥିବାର ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।