Categories: ଗଞ୍ଜାମ

ଜୁଆ ଆଡ୍ଡାରେ ଚଢ଼ାଉ: ୪ ଜୁଆଡ଼ି ଗିରଫ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ମଙ୍ଗଳା ମନ୍ଦିର ଯାତ୍ରାପଡ଼ିଆ ମଣ୍ଡପ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଅତର୍କିତ ଚଢ଼ାଉ କରି ୪ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮ ହଜାର ୬୭୦ ଟଙ୍କା, ୨ ମୁଠା ତାସ ଓ ଏକ ଜରିପାଲ ଜବତ ହୋଇଛି। ଅଭିଯୁକ୍ତଙ୍କ ନାମରେ ଥାନାରେ କେସ ନଂ. ୧୩୪/୧୯ ଅନୁଯାୟୀ ଏକ ମାମଲା ରୁରୁ ହୋଇଛି।
ଶୁକ୍ରବାର ଜୁଆଖେଳ ଚାଲିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।