Posted inଖେଳ

‘ଜୀବନ, ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ’

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ବିଶ୍ୱରେ କାୟା ବିସ୍ତାର କରିଚାଲିଥିବାବେଳେ ନିଜ ଫିଟ୍‌ନେସ ସହିତ ଫର୍ମ ବଜାୟ ରଖିବା ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏବେ ବଡ଼ ପଡ଼ିଆ କିମ୍ବା କୋର୍ଟ ଉପଲବ୍ଧ ହେଉ ନ ଥିବାରୁ ଘର ମଧ୍ୟରେ ରହି ଯେତିକି ସମ୍ଭବ ଅଭ୍ୟାସରେ ସନ୍ତୁଷ୍ଟ ହେଉଛନ୍ତି କ୍ରୀଡ଼ାବିତ୍‌। ଓଡ଼ିଶାର ଅର୍ଜୁନ ପୁରସ୍କାରପ୍ରାପ୍ତ ତାରକା ପାରା ଆଥଲେଟ୍‌ ପ୍ରମୋଦ ଭଗତ ମଧ୍ୟ ସେଥିରୁ ବାଦ୍‌ ପଡ଼ି ନାହାନ୍ତି। କେବଳ ଓଡ଼ିଶାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳିଭାବେ ପରିଗଣିତ ହେଉଥିବା ପ୍ରମୋଦ ଏବେ ଘର ମଧ୍ୟରେ ରହି ନିଜ ପରିସରରେ ଯେତିକି ସମ୍ଭବ ଅଭ୍ୟାସ କରି ଭବିଷ୍ୟତ ଅପେକ୍ଷାରେ ଅଛନ୍ତି। ”ଏବେ ବାହାରକୁ ବାହାରିବା ସମ୍ଭବ ହେଉନାହିଁ। ତେଣୁ ଘର ଛାତ ଉପରେ ସକାଳ ବେଳା ଷ୍ଟ୍ରେଚିଂ ଓ ଯୋଗ କରିବା ସହ ମୁଭ୍‌ମେଣ୍ଟ ଆବଶ୍ୟକ ଅଭ୍ୟାସ କରୁଛି। ଏହାଛଡ଼ା ପାହାଚରେ ଉପରକୁ ଚଢ଼ିବା ଏବଂ ଦଳକୁ ଓହ୍ଲାଇବା ମଧ୍ୟ କରୁଛି। ଘରେ ଜିମ୍‌ର କିଛି ଛୋଟବଡ଼ ସରଞ୍ଜାମ ରହିଛି। ସେଗୁଡ଼ିକ ସହାୟତାରେ ଫିଟ୍‌ନେସ ବଜାୟ ରଖିବାକୁ ଚେଷ୍ଟା କରୁଛି“ ବୋଲି କହିଛନ୍ତି ପ୍ରମୋଦ। ତେବେ ଅଳ୍ପସ୍ଥାନରେ ବ୍ୟାଡ୍‌ମିଣ୍ଟନ ଅଭ୍ୟାସ ସମ୍ଭବ ହେଉନି ବୋଲି ସେ ପ୍ରକାଶ କରିଛନ୍ତି। ୧୫ ତାରିଖରେ ଲକ୍‌ଡାଉନ୍‌ କଟକଣା ଉଠିବାପରେ ଯଦି ସମ୍ଭବ ହୁଏ ତେବେ ବ୍ୟାଡ୍‌ମିଣ୍ଟନ ଅଭ୍ୟାସ ଆରମ୍ଭକରିବାକୁ ସେ ଆଶା ରଖିଛନ୍ତି।
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପ୍ରମୋଦ। ”ମୋ ମତରେ ବହୁତ ବଢ଼ିଆ ନିଷ୍ପତ୍ତି ନିଆଯାଇଛି। ମୁଁ ସେଥିରେ ଏକମତ। କାରଣ ପ୍ରଥମେ ମଣିଷର ଜୀବନ। ଜୀବନ ଓ ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ। ମଣିଷ ସୁସ୍ଥ ରହିଲେ ଯାଇ କିଛି କରିପାରିବ। ତେଣୁ ମୁଁ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛି“ ବୋଲି କହିଛନ୍ତି ପ୍ରମୋଦ। ତେବେ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚତ୍ବା ତାଙ୍କ ପାଇଁ ସାମାନ୍ୟ ଫରକ ପଡ଼ିବ ବୋଲି ସେ ସ୍ବୀକାର କରିଛନ୍ତି। ଆମେ ୨୦୨୦ ଅଲିମ୍ପିକ୍ସ ପାଇଁ ମାନସିକ ପ୍ରସ୍ତୁତି କରିଥିଲୁ। ଏବେ ଆମର ଫୋକସ ୨୦୨୧ ଉପରେ ରହିବ। ମନୋବଳ ଦୃଢ଼ କରି କଠିନ ପରିଶ୍ରମ ସହାୟତାରେ ପୁଣି ଗେମ୍‌ ଚାଲୁ ରଖିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୯-୨୦ ସିଜନର ପ୍ରଦର୍ଶନ ଏବଂ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ପ୍ରମୋଦ ବିଶ୍ୱରେ ନମ୍ବରଓ୍ବାନ ସ୍ଥାନରେ ଥିଲେ। ତେଣୁ ତାଙ୍କର ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇଥିଲା। ସେଥିପାଇଁ ଏପ୍ରିଲରେ ଓଡ଼ିଶାବାସୀ କିଛି ଖୁସିଖବର ପାଇବେ ବୋଲି କିଛିଦିନ ପୂର୍ବରୁ ପ୍ରକାଶ କରିଥିଲେ। ମାତ୍ର କରୋନା ଜନିତ ଲକ୍‌ଡାଉନ୍‌ ଏବଂ ବିଶ୍ୱବ୍ୟାପୀ ଖେଳ ବନ୍ଦ ଯୋଗୁ ତାହା ଏବେ ସମ୍ଭବ ହୋଇନାହିଁ। ”୨୦୨୦ ପାରା ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ପାଇଁ ଯୋଗ୍ୟତା ଅର୍ଜନକାରୀ ଖେଳାଳି ତାଲିକା ଏପ୍ରିଲରେ ଘୋଷଣା ହେବାର ଥିଲା। ମାତ୍ର ପ୍ରତିଯୋଗିତା ୨୦୨୧କୁ ଯାଇଥିବାରୁ ଆଉ ୨-୩ଟି ଟୁର୍ନାମେଣ୍ଟର ପ୍ରଦର୍ଶନକୁ ସାମିଲ କରାଯାଇପାରେ। ବିଶ୍ୱରେ ସ୍ବାଭାବିକ ସ୍ଥିତି ଆସିବାପରେ ଅଲିମ୍ପିକ୍ସ ପୂର୍ବରୁ କେତେ ଟୁର୍ନାମେଣ୍ଟ ସମ୍ଭବ ହେଉଛି ତାହା ଦେଖାଯିବ। ସମ୍ଭବତଃ ସେହି ଭିତ୍ତିରେ ଅଲିମ୍ପିକ୍ସ ଯୋଗ୍ୟତା ମିଳିବ“ ବୋଲି ପ୍ରମୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri