Posted inଖେଳ

‘ଜୀବନ, ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ’

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ବିଶ୍ୱରେ କାୟା ବିସ୍ତାର କରିଚାଲିଥିବାବେଳେ ନିଜ ଫିଟ୍‌ନେସ ସହିତ ଫର୍ମ ବଜାୟ ରଖିବା ଖେଳାଳିମାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଏବେ ବଡ଼ ପଡ଼ିଆ କିମ୍ବା କୋର୍ଟ ଉପଲବ୍ଧ ହେଉ ନ ଥିବାରୁ ଘର ମଧ୍ୟରେ ରହି ଯେତିକି ସମ୍ଭବ ଅଭ୍ୟାସରେ ସନ୍ତୁଷ୍ଟ ହେଉଛନ୍ତି କ୍ରୀଡ଼ାବିତ୍‌। ଓଡ଼ିଶାର ଅର୍ଜୁନ ପୁରସ୍କାରପ୍ରାପ୍ତ ତାରକା ପାରା ଆଥଲେଟ୍‌ ପ୍ରମୋଦ ଭଗତ ମଧ୍ୟ ସେଥିରୁ ବାଦ୍‌ ପଡ଼ି ନାହାନ୍ତି। କେବଳ ଓଡ଼ିଶାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳିଭାବେ ପରିଗଣିତ ହେଉଥିବା ପ୍ରମୋଦ ଏବେ ଘର ମଧ୍ୟରେ ରହି ନିଜ ପରିସରରେ ଯେତିକି ସମ୍ଭବ ଅଭ୍ୟାସ କରି ଭବିଷ୍ୟତ ଅପେକ୍ଷାରେ ଅଛନ୍ତି। ”ଏବେ ବାହାରକୁ ବାହାରିବା ସମ୍ଭବ ହେଉନାହିଁ। ତେଣୁ ଘର ଛାତ ଉପରେ ସକାଳ ବେଳା ଷ୍ଟ୍ରେଚିଂ ଓ ଯୋଗ କରିବା ସହ ମୁଭ୍‌ମେଣ୍ଟ ଆବଶ୍ୟକ ଅଭ୍ୟାସ କରୁଛି। ଏହାଛଡ଼ା ପାହାଚରେ ଉପରକୁ ଚଢ଼ିବା ଏବଂ ଦଳକୁ ଓହ୍ଲାଇବା ମଧ୍ୟ କରୁଛି। ଘରେ ଜିମ୍‌ର କିଛି ଛୋଟବଡ଼ ସରଞ୍ଜାମ ରହିଛି। ସେଗୁଡ଼ିକ ସହାୟତାରେ ଫିଟ୍‌ନେସ ବଜାୟ ରଖିବାକୁ ଚେଷ୍ଟା କରୁଛି“ ବୋଲି କହିଛନ୍ତି ପ୍ରମୋଦ। ତେବେ ଅଳ୍ପସ୍ଥାନରେ ବ୍ୟାଡ୍‌ମିଣ୍ଟନ ଅଭ୍ୟାସ ସମ୍ଭବ ହେଉନି ବୋଲି ସେ ପ୍ରକାଶ କରିଛନ୍ତି। ୧୫ ତାରିଖରେ ଲକ୍‌ଡାଉନ୍‌ କଟକଣା ଉଠିବାପରେ ଯଦି ସମ୍ଭବ ହୁଏ ତେବେ ବ୍ୟାଡ୍‌ମିଣ୍ଟନ ଅଭ୍ୟାସ ଆରମ୍ଭକରିବାକୁ ସେ ଆଶା ରଖିଛନ୍ତି।
ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପ୍ରମୋଦ। ”ମୋ ମତରେ ବହୁତ ବଢ଼ିଆ ନିଷ୍ପତ୍ତି ନିଆଯାଇଛି। ମୁଁ ସେଥିରେ ଏକମତ। କାରଣ ପ୍ରଥମେ ମଣିଷର ଜୀବନ। ଜୀବନ ଓ ସ୍ବାସ୍ଥ୍ୟଠାରୁ ବଡ଼ କିଛି ନାହିଁ। ମଣିଷ ସୁସ୍ଥ ରହିଲେ ଯାଇ କିଛି କରିପାରିବ। ତେଣୁ ମୁଁ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛି“ ବୋଲି କହିଛନ୍ତି ପ୍ରମୋଦ। ତେବେ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚତ୍ବା ତାଙ୍କ ପାଇଁ ସାମାନ୍ୟ ଫରକ ପଡ଼ିବ ବୋଲି ସେ ସ୍ବୀକାର କରିଛନ୍ତି। ଆମେ ୨୦୨୦ ଅଲିମ୍ପିକ୍ସ ପାଇଁ ମାନସିକ ପ୍ରସ୍ତୁତି କରିଥିଲୁ। ଏବେ ଆମର ଫୋକସ ୨୦୨୧ ଉପରେ ରହିବ। ମନୋବଳ ଦୃଢ଼ କରି କଠିନ ପରିଶ୍ରମ ସହାୟତାରେ ପୁଣି ଗେମ୍‌ ଚାଲୁ ରଖିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୯-୨୦ ସିଜନର ପ୍ରଦର୍ଶନ ଏବଂ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ପ୍ରମୋଦ ବିଶ୍ୱରେ ନମ୍ବରଓ୍ବାନ ସ୍ଥାନରେ ଥିଲେ। ତେଣୁ ତାଙ୍କର ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇଥିଲା। ସେଥିପାଇଁ ଏପ୍ରିଲରେ ଓଡ଼ିଶାବାସୀ କିଛି ଖୁସିଖବର ପାଇବେ ବୋଲି କିଛିଦିନ ପୂର୍ବରୁ ପ୍ରକାଶ କରିଥିଲେ। ମାତ୍ର କରୋନା ଜନିତ ଲକ୍‌ଡାଉନ୍‌ ଏବଂ ବିଶ୍ୱବ୍ୟାପୀ ଖେଳ ବନ୍ଦ ଯୋଗୁ ତାହା ଏବେ ସମ୍ଭବ ହୋଇନାହିଁ। ”୨୦୨୦ ପାରା ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ପାଇଁ ଯୋଗ୍ୟତା ଅର୍ଜନକାରୀ ଖେଳାଳି ତାଲିକା ଏପ୍ରିଲରେ ଘୋଷଣା ହେବାର ଥିଲା। ମାତ୍ର ପ୍ରତିଯୋଗିତା ୨୦୨୧କୁ ଯାଇଥିବାରୁ ଆଉ ୨-୩ଟି ଟୁର୍ନାମେଣ୍ଟର ପ୍ରଦର୍ଶନକୁ ସାମିଲ କରାଯାଇପାରେ। ବିଶ୍ୱରେ ସ୍ବାଭାବିକ ସ୍ଥିତି ଆସିବାପରେ ଅଲିମ୍ପିକ୍ସ ପୂର୍ବରୁ କେତେ ଟୁର୍ନାମେଣ୍ଟ ସମ୍ଭବ ହେଉଛି ତାହା ଦେଖାଯିବ। ସମ୍ଭବତଃ ସେହି ଭିତ୍ତିରେ ଅଲିମ୍ପିକ୍ସ ଯୋଗ୍ୟତା ମିଳିବ“ ବୋଲି ପ୍ରମୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri