ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ

କପ୍ତିପଦା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୩୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଶିବାନନ୍ଦ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ତଥା ଜିଲା ଜୀବନ ବିନ୍ଦୁ ସଂଯୋଜକ ଦେବାଶିଷ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାତାମାନେ କୋଭିଡ଼-୧୯ ଆଇନ୍‌ ୨୦୨୦ ସର୍ତ୍ତାବଳୀ ଅନୁଶାରେ ନାମ ପଞ୍ଜୀକରଣ କରି ସାମାଜିକ ଦୂରତ୍ୱ ବଜାୟ ରଖି ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ଜୀବନ ବିନ୍ଦୁ ସଂଯୋଜକ ଅମୀୟ କୁମାର ବଳ, ଉଦଳା ନଗର ସଭାପତି ବନମାଳୀ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ସିରୁ ସୋରେନ୍‌, କୁନୁ ମୁର୍ମୁ, ଯୁବ ସଭାପତି ବୀଣାକର ମହାପାତ୍ର, ଜୋନାଲ୍‌ ସଭାପତି ପ୍ରଶାନ୍ତ ବେହେରା, ଯୁବ ସମ୍ପାଦକ ଆଲୋକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କପ୍ତିପଦା ମେଡ଼ିକାଲର ଭାରପ୍ରାପ୍ତ ଅଧିକାରୀ ଉମାକାନ୍ତ ବାସ୍କେ, ଉଦଳା ରକ୍ତଭଣ୍ଡାରର ଡା. ପ୍ରଜ୍ଞାପ୍ରିୟଦର୍ଶନୀ ବେହେରା, ଟେକ୍‌ନିସିଆନ୍‌ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।