ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୮ ୟୁନିଟ ରକ୍ତ ସଂଗୃହୀତ

ବାରିପଦା ଅଫିସ, ୧୮ା୪: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବାରିପଦା ମେଡ଼ିକାଲ ପରିସରରେ ଥିବା ରେଡ଼କ୍ରସ ରକ୍ତଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲା ସଂଯୋଜକ ତଥା ବିଜେଡି ଜିଲା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୭୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରଶାନ୍ତ କୁମାର ଦାସଙ୍କ ସମେତ ସ୍ବାସ୍ଥ୍ୟ ସେବିକା ରୁଚିକା ଖୁରାନା, କରୁଣାକର ଜେନା, ସ୍ବାଗତିକା ପାଣିଗ୍ରାହୀ, ଶକୁନ୍ତଳା ମହାନ୍ତ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କ ନିକଟରୁ ରକ୍ତ ସଂଗ୍ରହ କରିଥିଲେ ା ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିି, ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାରାଣ୍ଡିି, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ ପରିଚାଳନା କରିଥିଲେ।